www.samajalive.in
Monday, December 15, 2025
26.1 C
Bhubaneswar

ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ଦୋବଲ: ଚୁଡାକୁଟି-ଧାମନଗର ରାସ୍ତା ରାହାପିତା ଷ୍ଟ୍ରକଚର ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଧାମନଗର ଥାନା ଭଣ୍ଡାରିପଦି ଗ୍ରାମର ନାରୟାଣ ଚନ୍ଦ୍ର ପ୍ରଧାନଙ୍କ ୨୭ ବର୍ଷୀୟ ପୁଅ ଶୁଭମ ପ୍ରଧାନ। ଗୁରୁତର ୨ଜଣ ବିକାଶ ଚନ୍ଦ୍ର ପଲତା ଓ ସୁଦାମ ଲେଙ୍କା। ଉଭୟଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସୂଚନା ମୁତାବକ, ଗୋଟିଏ ଗ୍ରାମର ୩ ଜଣ ସାଙ୍ଗ ଚୁଡାକୁଟି ପଟରୁ ଧାମନଗର ଅଭିମୁଖେ ଏକ ବାଇକରେ ଆସୁଥିଲେ। ରାହାପିତା ଷ୍ଟ୍ରକଚର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡ଼ିଯାଇଥିଲେ। ଘଟଣା ସ୍ଥଳରେ ଧାମନଗର ଦମକଳ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଧାମନଗର ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଶୁଭମଙ୍କୁ ମୃତ ଘୋଷଣା କରିଥିଲା ବେଳେ ଅନ୍ୟ ୨ଜଣଙ୍କୁ ଭଦ୍ରକ ରେଫର କରିଥିଲେ।

- Advertisement -

ତେବେ ଶୁଭମ୍ ମୁମ୍ବଇରେ ଚାକିରି କରୁଥିବା ବେଳେ ରଜ ସଂକ୍ରାନ୍ତିରେ ଘରକୁ ଆସିଥିଲେ। ଆଜି ସାଙ୍ଗମାନଙ୍କ ସହିତ ଧାମନଗର ବୁଲିବାକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories