ବାସୁଦେବପୁର: ଭଦ୍ରକ ଜିଲା ଗୁଆଗଡିଆ ପଞ୍ଚାୟତ ହନୁମାନ ମନ୍ଦିରର ପୂଜକ ମୁଷା ଚଇନିଙ୍କ ପୁଅ କାଳିଆ(୨୬) ସୋମବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। କୌଣସି କାରଣକୁ ନେଇ କାଳିଆ ଶୋଇବା ଘରେ ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।



