www.samajalive.in
Sunday, December 14, 2025
14.1 C
Bhubaneswar

ଟଙ୍କା ବୋଝେଇ ଭ୍ୟାନ୍ ସହ କାର ମୁହାଁମୁହିଁ ଧକ୍କା, ମହିଳା ମୃତ

ପାଟଣା : ପାଟଣା ବ୍ଲକ ଅଞ୍ଚଳ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଦୁର୍ଘଟଣା ଘଟିଛି । କେନ୍ଦୁଝରରୁ ଏକ ଏଟିଏମ୍ ଟଙ୍କା ବୋଝେଇ ଭ୍ୟାନ୍ ସହ ବିପରୀତ ଦିଗରୁ ଆସୁଥିବା ଏକ ଅଲ୍ଟୋ କାର ଡିଭାଇଡର ଡେଇଁ ଭ୍ୟାନ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ଅଲ୍ଟୋରେ ଥିବା ୨ ଯାତ୍ରୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କାରରେ ଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ମୟୁରଭଞ୍ଜ ଜିଲ୍ଲା ବଡ଼ ସାହୀ ଥାନା କେନ୍ଦୁଡିହା ଗ୍ରାମ ର ସବିତା ବେହେରା (୪୫) ବୋଲି ଜଣାପଡିଛି। ପରିବାର ସହ କାର ଯୋଗେ କେନ୍ଦୁଝର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଭ୍ୟାନଟି ଏଟିଏମକୁ ଟଙ୍କା ଭରିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । କାର ଚାଳକ ଚିକିତ୍ସାଧୀନ ଅଛନ୍ତି । ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଁଞ୍ଚି ପୁଲିସ ଉପସ୍ଥିତିରେ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ଟଙ୍କାକୁ ଅନ୍ୟ ଏକ ଗାଡିରେ ସ୍ଥାନାନ୍ତର କରିଥିବା ଜଣାପଡିଛି।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories