www.samajalive.in
Sunday, December 14, 2025
16.1 C
Bhubaneswar

ଅଗଷ୍ଟ ୧୫ ସୁଦ୍ଧା ଅଣ ବ୍ୟାଙ୍କିଙ୍ଗ୍‌ ପଞ୍ଚାୟତରେ ସିଏସ୍‌ପି ପ୍ଲସ୍ ଶାଖା

ଭୁବନେଶ୍ବର: ବ୍ୟାଙ୍କର ସେବାରୁ ବଞ୍ଚିତ ସବୁ ପଞ୍ଚାୟତରେ ସିଏସ୍‌ପି ପ୍ଲସ୍ ବ୍ୟାଙ୍କ (ଆମ ବ୍ୟାଙ୍କ) ଆଉଟ୍‌ଲେଟ୍‌ ଖୋଲିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଏହି ଯୋଜନାର ସହଯୋଗୀ ବ୍ୟାଙ୍କ ମଧ୍ୟ ଏଥିପାଇଁ ଆଗ୍ରହୀ। ଇଣ୍ଟରନେଟ ଅଭାବ ସରକାରଙ୍କର ଏହି ଡିଜିଟାଲ ବ୍ୟାଙ୍କିଂ ଯାତ୍ରାରେ ସାଜିଛି ଏକମାତ୍ର ବାଧକ। ଯେଉଁଠି ବ୍ୟାଙ୍କ ଅଛି ସେଠି ଇଣ୍ଟରନେଟ୍ ଅଭାବରୁ କାମ ହୋଇପାରୁନି। ଏପରିସ୍ଥଳେ ନୂଆ ଶାଖା ଖୋଲିବା ସମ୍ଭବ ହେଉନି। ଗତ ମାସରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ପ୍ରସଙ୍ଗ ଉଠାଇଥିଲେ। ଇଣ୍ଟରନେଟ୍ ସଂଯୋଗ ସମୟ ସାପେକ୍ଷ ହୋଇଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏପରି ଅଭିଯୋଗ ଆଗରେ ସରକାର ବି ଅସହାୟ ହେବା ସ୍ବାଭାବିକ।

ମେ’ ମାସ ୫ ତାରିଖରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କୋରାପୁଟ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟ ତଦାରଖ କରିଥିଲେ। କିଛି ପଞ୍ଚାୟତରେ ବ୍ୟାଙ୍କ ନଥିବା ହେତୁ ଜନସାଧାରଣ କିପରି ହଇରାଣ ହେଉଛନ୍ତି ତାହା ନିଜେ ଦେଖିଥିଲେ। ସେଠାରୁ ଫେରିବା ପରେ ମୁଖ୍ୟ ସଚିବ ନିଜ ରିପୋର୍ଟରେ ଜିଲାର ସମସ୍ତ ବ୍ୟାଙ୍କ ବିହୀନ ଗ୍ରାମପଞ୍ଚାୟତରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ସିଏସ୍‌ପି ପ୍ଲସ୍ ବ୍ୟାଙ୍କ କାର୍ଯ୍ୟକ୍ଷମ କରିବା ଲାଗି ସୁପାରିସ କରିଛନ୍ତି। ଏ ସମ୍ପର୍କରେ ସମସ୍ତ ୬ଟି ସହଯୋଗୀ ବ୍ୟାଙ୍କକୁ ଏ ସମ୍ପର୍କରେ ଅର୍ଥ ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି ବୋଲି ଏଥିରେ କୁହାଯାଇଛି। ବ୍ୟାଙ୍କ ସେବା ଏକାନ୍ତ ଅପରିହାର୍ଯ୍ୟ ହୋଇଥିବାରୁ ପୂର୍ବ ସରକାର ବ୍ୟାଙ୍କ ସେବାରୁ ବଞ୍ଚିତ ସମସ୍ତ ପଞ୍ଚାୟତରେ ଗୋଟିଏ ଲେଖାଏଁ ବ୍ୟାଙ୍କ ଶାଖା ଖୋଲିବା ଉଦ୍ଦେଶ୍ୟରେ ୨୦୨୩ ନଭେମ୍ବର ମାସରେ ଆମ ବ୍ୟାଙ୍କ ଯୋଜନା ଆରମ୍ଭ କରିଥିଲେ। ୫ ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ୪୩୭୩ଟି ସିଏସ୍‌ପି ପ୍ଲସ୍ ବ୍ୟାଙ୍କ ଶାଖା ଖୋଲିବା ପାଇଁ ଲକ୍ଷ୍ୟ ରହିଥିଲା। ୨୦୨୩-୨୪ ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରାଯାଇଥିଲା। ୬ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପକ୍ଷରୁ ପ୍ରଥମେ ୭୭୧ ଓ ପରେ ଆଉ ୨୦୦୦ ଶାଖା ଖୋଲାଯାଇଥିଲା। ଆହୁରି ଦେଢ଼ ହଜାର ପଞ୍ଚାୟତରେ ଶାଖା ଖୋଲିବା ବାକି ଅଛି।

- Advertisement -

ଅଦ୍ୟାବଧି ଏଠାରେ ୭୩୯୩ କୋଟି ଟଙ୍କାର କାରବାର ହୋଇଛି। ସବୁ ସ୍ଥାନରେ ଶାଖା ଖୋଲିଲେ ଏହି ପରିମାଣ ‌େ‌ଢର ଅଧିକ ହେବ। କାରଣ ସମ୍ପ୍ରତି ସରକାରଙ୍କର ସବୁ ପ୍ରକାର ଗରିବ କଲ୍ୟାଣ କାର୍ଯ୍ୟକ୍ରମ, ବେସରକାରୀ, ବ୍ୟବସାୟିକ ନେଣ ଦେଣ ବ୍ୟାଙ୍କ ମାଧ୍ୟମରେ ହେଉଛି, କିନ୍ତୁ ବ୍ୟାଙ୍କ ଅଭାବରୁ ଲୋକେ ଅତ୍ୟନ୍ତ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ତଥ୍ୟ କହୁଛି, ରାଜ୍ୟରେ ଏବେ ୭୬୪ ପଞ୍ଚାୟତରେ ଆଦୌ ଇଣ୍ଟରନେଟ୍ ନାହିଁ। ପ୍ରାୟ ଏକ ହଜାର ପଞ୍ଚାୟତରେ ମୋବାଇଲ୍ ଟାୱାର ନାହିଁ। ଯଦିଓ ମୋବାଇଲ୍ ଟାୱାର ସ୍ଥାପନ କରାଯାଉଛି ତେବେ ତାହା ପରିସ୍ଥିତିରେ ବିଶେଷ ସୁଧାର ଆଣିପାରି ନାହିଁ। ଓଡ଼ିଶାରେ ୪୨୭୭ ମୋବାଇଲ ଟାୱାର ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଏବଂ ୨ ହଜାର ଟାୱାର ସ୍ଥାପନ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories