www.samajalive.in
Sunday, December 14, 2025
16.1 C
Bhubaneswar

ରଣପୁର ଗୋପବନ୍ଧୁ ବକ୍ତୃତା ପ୍ରତିଯୋଗୀତାରେ ରୁଦ୍ରନାରାୟଣ ପ୍ରଥମ

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରଣପୁର ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଉତ୍କଳମଣୀ ଗୋପବନ୍ଧୁ ଦାଶଙ୍କ ୯୭ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗୋପବନ୍ଧୁ ସ୍ମାରକୀ ବକ୍ତୃତା ‘ଗୋପବନ୍ଧୁଙ୍କ ସ୍ୱପ୍ନର ଓଡ଼ିଶା’ ବିଷୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ବଳରାମପୁରର ୮ମ ଶ୍ରେଣୀର ଛାତ୍ର ରୁଦ୍ରନାରାୟଣ ମହାପାତ୍ର ପ୍ରଥମ ସ୍ଥାନ, ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ରୀ ଲୋପାମୁଦ୍ରା ମହାପାତ୍ର ଦ୍ୱିତୀୟ ସ୍ଥାନ ଓ ସୂର୍ଯ୍ୟକାନ୍ତ ଖାଡଙ୍ଗା ୧୦ ଶ୍ରେଣୀର ଛାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।

ବରିଷ୍ଠ ଆଇନଜିବୀ ତଥା ପୂର୍ବତନ ରଣପୁର ବାର୍ ଆସୋସିଏସନ୍ ସଭାପତି ସୁବାସ ଚନ୍ଦ୍ର ଯେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ ଓ ଗୈାରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦେଶିନୀ ପତି ବିଚାରକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ମୂଖ୍ୟ ଅତିଥି ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ବାମନ ଚରଣ ସାହୁ ଉପସ୍ଥିତ ଥିଲେ। ମୂଖ୍ୟ ଅତିଥି ମହାନ୍ତି ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ପ୍ରତିର୍ମୂୀରେ ମାଲ୍ୟାର୍ପଣ କରି ଗୋପବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସଭା କରାଯାଇଥିଲା। ବିଶିଷ୍ଟ ସମ୍ବାଦିକ, ସମ୍ପାଦକ, ସମାଜସେବୀ, ସୁସଙ୍ଗଠକ, ଶିକ୍ଷାବିତ୍ ଓ ଅନୁଷ୍ଠାନପ୍ରେମୀ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ସ୍ବର୍ଗତ ନିରଞ୍ଜନ ରଥଙ୍କ ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମାଜ ପ୍ରତୀକ ସହ ସାର୍ଟିଫିକେଟ ଓ ଅର୍ଥ ରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରଣପୁରଗଡ ସମାଜ ପ୍ରତିନିଧି ବିଶ୍ୱରଂଜନ ଆଚାର୍ଯ୍ୟ ସଭା ସଂଯୋଜନା କରିଥିଲେ। ଶିକ୍ଷକ ଶତୃଘ୍ନ ପ୍ରଧାନ ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories