www.samajalive.in
Wednesday, December 10, 2025
23.1 C
Bhubaneswar

ଛାତ୍ରଛାତ୍ରୀଙ୍କ ମୁହଁରେ ଗୋପବନ୍ଧୁଙ୍କ ବାର୍ତ୍ତା

ଭବାନୀପାଟଣା: ଆଜିର ଯୁବପିଢି, ଛାତ୍ରଛାତ୍ରୀଙ୍କ ମୁହଁରେ ବି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବାର୍ତ୍ତା ଏବଂ ତାଙ୍କ ସ୍ୱପ୍ନର ଓଡ଼ିଶା ସଂକ୍ରାନ୍ତରେ ସୂଚନା ପ୍ରତିଫଳିତ ହେଉଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆଜି ଆୟୋଜିତ ବ୍ଲକସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସାମିଲ ଛାତ୍ରଛାତ୍ରୀ, ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଦୂରଦୃଷ୍ଟି ଏବଂ ସମାଜସେବା ସଂକ୍ରାନ୍ତରେ ନିଜ ନିଜ ବକ୍ତବ୍ୟରେ ମତପ୍ରକାଶ କରିଥିଲେ। ସ୍ଥାନୀୟ ପୋଲିସ ହାଇସ୍କୁଲରେ ଆୟୋଜିତ ବ୍ଲକ୍ ଏବଂ ନଗରପାଳିକାସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲର ୨୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

ଏଥିରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜ ବିହାରର ୧୦ମ ଶ୍ରେଣୀ ଛାତ୍ର ଶିବାନନ୍ଦ ବାରିକ ପ୍ରଥମ, ସେହି ସ୍କୁଲର ୮ମ ଶ୍ରେଣୀ ଛାତ୍ରୀ ଅନନ୍ୟା ମିଶ୍ର ଦ୍ଵିତୀୟ ଏବଂ ହାଇଟେକ୍ ପବ୍ଲିକ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର ସୋମେଶ୍ୱର ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାରେ ଅଧ୍ୟାପକ ଡଃ ତପନ କୁମାର ରଥ, ଶିକ୍ଷାବିତ୍ ବିଭୂତି ଭୂଷଣ ଠାକୁର, ଗାଳ୍ପିକ ବିରଞ୍ଚି ନାରାୟଣ ମୁଣ୍ଡ ବିଚାରକ ଭାବେ ଯୋଗ ଦେଇଥିଲେ। ସମାଜ ଜିଲା ପ୍ରତିନିଧି ପ୍ରଶାନ୍ତ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ବକ୍ତୃତା ପ୍ରତିଯୋଗିତାକୁ କବି ପ୍ରତାପ ଚନ୍ଦ୍ର ପଣ୍ଡା ସଂଯୋଜନା କରିଥିବା ବେଳେ ପୋଲିସ ହାଇସ୍କୁଲ ପ୍ରଧାନ ଶିକ୍ଷକ ରବି ନାରାୟଣ ପଟ୍ଟନାୟକ, କର୍ମଚାରୀ ମହେନ୍ଦ୍ର ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories