ଡେସ୍କ: କଟକ ବାରବାଟି ଷ୍ଟାଡିୟମ୍ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ବାରବାଟି ଷ୍ଟାଡିୟମ୍ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗରେ ଜାତୀୟ ସ୍ତରରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଦ୍ୱାଦଶ ଶ୍ରେଣୀ ଛାତ୍ର ଆର୍ଯ୍ୟ କୁମାର ପାତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ସେହିପରି ବିଶ୍ଵ ସଙ୍ଗୀତ ଦିବସ ପାଳନ ଅବସରରେ ବିଦ୍ୟାଳୟର ପ୍ରାରମ୍ଭିକ ପ୍ରାର୍ଥନା ସଭାରେ ସଙ୍ଗୀତ ଶିକ୍ଷୟିତ୍ରୀ ଲଳିତା ପାଣ୍ଡେଙ୍କ ନେତୃତ୍ୱରେ ଶିକ୍ଷୟିତ୍ରୀ ମାନେ ରାଗ ଭୈରବୀ ତାନରେ ସଙ୍ଗୀତ ପରିବେଷଣ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶକ ଡଃ ପ୍ରଭୂଚରଣ ମହାନ୍ତି ଓ ଅଧ୍ୟକ୍ଷ ଡଃ ପ୍ରିୟଦର୍ଶୀ ନାୟକ ଯୋଗ ଦିବସ ଓ ବିଶ୍ଵ ସଙ୍ଗୀତ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।



