www.samajalive.in
Saturday, December 6, 2025
19.1 C
Bhubaneswar

ତାମିଲନାଡୁରେ ବିଜେପି- ଏଆଇଏଡିଏମକେ ମେଣ୍ଟ

ଚେନ୍ନଇ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପିର ମେଣ୍ଟ ଅଭିଯାନ ଜାରି ରହିଛି। ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟକୁ ଚୂଡ଼ାନ୍ତ କରିବା ପରେ ବିଜେପି ତାମିଲନାଡୁରେ ଏଆଇଏଡିଏମକେ (ଅଖିଳ ଭାରତୀୟ ଦ୍ରାବିଡ଼ ମୁନେତ୍ରା କାଜଗହାମ) ସହ ମେଣ୍ଟ କରିଛି। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ଏବଂ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ପନିରସେଲଭମ ଏକ ସାମ୍ବାଦିକ ସମ୍ମିଳନୀରେ ମେଣ୍ଟ ନେଇ ଘୋଷଣା କରିଛନ୍ତି। ଦକ୍ଷିଣ ଭାରତ ରାଜନୀତିରେ ପାଦ ଥାପିବାରେ ବିଫଳ ହେବା ପରେ ବିଜେପି ଏଆଇଏଡିଏମକେ ସହାୟତାରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି। ଏହାକୁ ବିଜେପିର ସବୁଠୁ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ତେବେ ରାଜ୍ୟରେ ୩୯ ଲୋକସଭା ଆସନରୁ ବିଜେପି ଭାଗରେ ମାତ୍ର ୫ଟି ଆସନ ପଡ଼ିଛି। ଅର୍ଥାତ ମାତ୍ର ୫ଟି ଆସନରେ ବିଜେପିକୁ ସନ୍ତୁଷ୍ଟ ହୋଇଛି। ତାମିଲନାଡୁରେ ଦୁର୍ବଳ ସ୍ଥିତିରେ ଥିବା ବିଜେପି ପାଇଁ ଏହା ଲାଭଜନକ ହେବ ବୋଲି କୁହାଯାଉଛି। ମେଣ୍ଟ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ପନିରସେଲଭମ କହିଛନ୍ତି ଯେ ବିଜେପି ଓ ଏଆଇଏଡିଏମକେର ଏହି ମେଣ୍ଟ ଲୋକସଭା ନିର୍ବାଚନ ପାଇଁ ବିଜେତା ମେଣ୍ଟ ସାବ୍ୟସ୍ତ ହେବ। ତାମିଲନାଡୁ ସହ ପୁଡୁଚେରୀରେ ମଧ୍ୟ ଉଭୟ ଦଳ ମେଣ୍ଟରେ ଲଢିବେ ବୋଲି ଘୋଷଣା କରାଯାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories