www.samajalive.in
Saturday, December 6, 2025
26.1 C
Bhubaneswar

ଶନି କରିବେ ସିଧା ଚଳନ; ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ସନ୍ତାନ ସୁଖ, କିଣିବେ ଘର,ଗାଡି..

ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଶନି ଗ୍ରହଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ । ଖୁବ୍‌ ଶୀଘ୍ର ଜୁଲାଇ ମାସ ଆରମ୍ଭ ହେବାକୁ ଯାଉଛି । ଗ୍ରହ-ନକ୍ଷତ୍ର ଦୃଷ୍ଟିରୁ ଜୁଲାଇ ମାସ ଖୁବ୍‌ ଖାସ୍‌ ହେବାକୁ ଯାଉଛି । କାରଣ ଏହି ମାସରେ ଶନି ଚଳନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ହଠାତ୍‌ ବଦଳିଯିବ ।
ବର୍ତ୍ତମାନ ଶନି ସିଧା ଚଳନ ଅବସ୍ଥାରେ ରହିଛନ୍ତି । ଜୁଲାଇ ମାସରେ ସିଧାରୁ ଓଲଟା ଚଳନ କରିବେ । ଶନି ୧୩ ଜୁଲାଇରେ ଓଲଟା ଚଳନ କରିବେ । ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଉପରେ ରହିବ ଶନିଙ୍କ ବିଶେଷ କୃପା-

ମିଥୁନ- ଏହି ରାଶିଙ୍କୁ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ପରିଶ୍ରମର ଫଳ ମିଳିବ । କାର୍ଯ୍ୟରେ ସଫଳତା ସହ ପରିବାରରେ ହସଖୁସିର ବାତାବରଣ ରହିବ । ସମ୍ପର୍କରେ ମଧୁରତା ରହିବ । ଶୁଭଫଳ ପ୍ରାପ୍ତି ହେବ ।

- Advertisement -

କର୍କଟ- ଏହି ରାଶିଙ୍କୁ ସକରାତ୍ମକ ଫଳ ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ । ଭୂମି, ଜମି,ଗାଡି କିଣିବାର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ଆୟର ନୂଆ ନୂଆ ଉପାୟ ସାମ୍ନାକୁ ଆସିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ ।

ତୁଳା- ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ଅଯଥା ଖର୍ଚ୍ଚରୁ ମୁକ୍ତି ମିଳିବ । ଆମଦାନୀରେ ବୃଦ୍ଧି ହେବ । ଧନ ସମ୍ପତ୍ତି ବୃଦ୍ଧି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ବିବାଦ ଦୂର ହେବ । ବିବାହିତ ଦମ୍ପତିଙ୍କୁ ସନ୍ତାନ ସୁଖ ମିଳିବ ।

ବିଛା- ଶନିଙ୍କ ବିଶେଷ କୃପା ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବ୍ୟବସାୟରେ ବଡ ଲାଭ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ବୈବାହିକ ଜୀବନ ସୁଖମୟ ହେବ ।

ମକର- ପରିଶ୍ରମ କରି ବଡ ସଫଳତା ହାସଲ କରିବେ । ଇଚ୍ଛା ଅନୁଯାୟୀ ସଫଳତା ମିଳିବ । ଧନ ଲାଭର ଯୋଗ ରହିଛି । ଦୀର୍ଘ ଦିନରୁୁ ଲାଗି ରହିଥିବା ସମସ୍ୟା ଦୂର ହେବ ।

କୁମ୍ଭ- ଆମଦାନୀ ବୃଦ୍ଧି ହେବ । ଧନର ଆଗମନ ହେବ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁର ସହଯୋଗ ମିଳିବ । ସମ୍ପର୍କ ମଜଭୁତ ହେବା ସହ ସମସ୍ୟା ଦୂର ହେବ ।

ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା କ୍ରୋଧ ଶାନ୍ତ, ଚିନ୍ତା ଦୂର ହୋଇଥାଏ

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories