www.samajalive.in
Saturday, December 6, 2025
23.1 C
Bhubaneswar

ଶାହରୁଖ ଖାନଙ୍କ ‘ମନ୍ନତ’ରେ ପହଞ୍ଚିଲା ବିଏମସି ଟିମ୍‍, ସିଆରଜି ନିୟମ ଉଲ୍ଲଘଂନ ଅଭିଯୋଗରେ ଯାଞ୍ଚ

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ‘ମନ୍ନତ’ରେ ଗତ କିଛି ମାସ ନବୀକରଣ ଚାଲିଛି । ଅନେକ ସାମାଜିକ କର୍ମୀ ଏବଂ ପରିବେଶବିତ୍‍ ଶାହରୁଖଙ୍କ ଉପରେ ଉପକୂଳ ନିୟନ୍ତ୍ରଣ ଜୋନ (କୋଷ୍ଟାଲ ରେଗୁଲେସନ ଜୋନ୍‍) ର ନିୟମ ଉଲ୍ଲଘଂନ କରିବାର ଅଭିଯେ୍ଧଜ୍ଞ ଆଣିଛନ୍ତି । ଏହି ମାମଲାରେ ଯାଞ୍ଚ ପାଇଁ ବିଏମସିର ଏକ ଦଳ ତାଙ୍କ ବଙ୍ଗଳାରେ ପହଞ୍ଚିଥିଲେ । ଗତ ୪ମାସ ହେଲା ମନ୍ନତର ନବୀକରଣ କରୁଛନ୍ତି ଶାହରୁଖ, ଏବଂ ନିକଟରେ ଭଡାରେ ରହୁଛନ୍ତି । ମନ୍ନତ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସମୁଦ୍ର କୂଳରେ ଅବସ୍ଥିତ । ବଙ୍ଗଳାର ନବୀକରଣରେ କୋଷ୍ଟାଲ ରେଗୁଲେସନ ଜୋନ୍‍ ଆଇନ ଉଲ୍ଲଂଘନ କରାଯାଉଥିବା ନେଇ ବିଏମସି ଏକ ଅଭିଯୋଗ ହୋଇଥିଲା । ଏହାପରେ ବିଏମସିର ଏକ ଦଳ ଶାହରୁଖ ଖାନଙ୍କ ଘରେ ପହଞ୍ଚି ଯାଞ୍ଚ କରିଥିଲେ ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories