www.samajalive.in
Saturday, December 6, 2025
23.1 C
Bhubaneswar

ମାଛ କରିଦେଲା କୋଟିପତି

ଚନ୍ଦନେଶ୍ୱର : ପଶ୍ଚିମବଙ୍ଗର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଦୀଘାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୧୫ ଟନରୁ ଊର୍ଦ୍ଧ୍ବ ଇଲିଶି। ଏଥିପାଇଁ ଉଭୟ ମତ୍ସ୍ୟଜୀବୀ ଓ ଖାଉଟି ବେଶ ଖୁସି ଥିବା ଦେଖିବାକୁ ମିଳିଛି। ଆଜି ୫୦୦ ଗ୍ରାମରୁ ୧ କେଜି ମଧ୍ୟରେ ଇଲିଶି ସବୁକୁ ୫ ଶହରୁ ୧୨ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ନଜରକୁ ଆସିଥିଲା। ୨ ମାସର ସାମୁଦ୍ରିକ କଟକଣା ହଟିବା ପରେ ଏବେ ସମୁଦ୍ରରୁ ମାଛ ଧରା ଆରମ୍ଭ ହୋଇଛି। ତେବେ ଲଘୁଚାପ ଜନିତ ବର୍ଷା ପାଇଁ ଓଡ଼ିଶାରେ ମାଛ ଧରା ବନ୍ଦ ରହିଛି। ମାତ୍ର ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇ ବେଶ ମାଲାମାଲ ହୋଇଥିବା ଚର୍ଚ୍ଚା ହେଉଛି। ବାଂଲାଦେଶ ଓ ମିଆଁମାରରୁ ଏହି ସବୁ ଇଲିଶି ଉପକୂଳ ଅଞ୍ଚଳକୁ ଆସୁଥିବା ମତ୍ସ୍ୟଜୀବୀ କହିଛନ୍ତି। ପ୍ରାୟ ୨୦ରୁ ଅଧିକ ଟ୍ରଲରରେ ୧୫ ଟନରୁ ଊର୍ଦ୍ଧ୍ବ ଇଲିଶି ଧରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories