www.samajalive.in
Friday, December 5, 2025
20.1 C
Bhubaneswar

ଇସ୍ରାଏଲ ଉପରେ ଫତାହ୍ କ୍ଷେପଣାସ୍ତ୍ର ମାଡ଼

ଜେରୁଜେଲମ: ଇରାନ ସେନା ପକ୍ଷରୁ ବୁଧବାର ଇସ୍ରାଏଲ ଉପରକୁ ଅତ୍ୟାଧୁନିକ ଫତାହ୍‌-୧ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଡ କରାଯାଇଛି। ଇରାନ ପକ୍ଷରୁ ଇସ୍ରାଏଲ ବିରୋଧୀ ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ‘ଅନେଷ୍ଟ ପ୍ରମିଜ୍‌-୩’ ଆଖ୍ୟା ଦିଆଯାଇଛି। ଏହି ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇନଥିଲେ ସୁଦ୍ଧା ଇସ୍ରାଏଲର ପ୍ରଭୂତ କ୍ଷତି ଘଟିଛି ବୋଲି ଇରାନ ସେନା ଦାବି କରିଛି। ବୁଧବାର ସକାଳେ ଇସ୍ରାଏଲର ଲଢୁଆ ବିମାନଗୁଡିକ ଇରାନର ରାଜଧାନୀ ତେହେରାନର ପୀରୋଜି, ସାବାଲାନ୍‌ ଓ ସାୟାଦ ଅଞ୍ଚଳ ଉପରେ ପ୍ରଚଣ୍ଡ ବୋମାମାଡ କରିଥିବା ଜଣାପଡିଛି। ଏହି ଆକ୍ରମଣ ପରିପ୍ରେକ୍ଷୀରେ ତେହେରାନରୁ ସାଧାରଣ ନାଗରିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗିବା ପରଠାରୁ ଆନ୍ତର୍ଜାତିକ ମାର୍କେଟରେ ଅଣବିଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଥିବାବେଳେ ବିମାନ ସେବା ମଧ୍ୟ ପ୍ରଭାବିତ ହେବାରେ ଲାଗିଛି। ବିଶ୍ବର ପ୍ରାୟ ସମସ୍ତ ଏୟାରଲାଇନ୍ସ ବର୍ତ୍ତମାନ ଇରାନ ଆକାଶସୀମାକୁ ଏଡାଇବାକୁ ବାଧ୍ୟ ହେଉଛନ୍ତି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories