www.samajalive.in
Sunday, December 14, 2025
15.1 C
Bhubaneswar

ଗୁରୁବାର ରାଶିଫଳ: ଧୀର ପାଣି ପଥର କାଟିବା ସ୍ୱଭାବର ହେବେ

ମେଷ: ପତ୍ନୀ ସର୍ବଂସହା ହେବେ। ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ଚଳଚଞ୍ଚଳ ରହିବେ। ଧନପ୍ରିୟ ହୋଇପାରନ୍ତି। ସାଧୁତା ଗୁଣର ଆଧାର ହେବେ। ପତିପରାୟଣ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

ବୃଷ: ଗୃହପାଳିତ ପଶୁମାନଙ୍କୁ ନିଜ ଆୟତ୍ତରେ ରଖି ନପାରି ପଡ଼ୋଶୀଙ୍କ ଫସଲ ନଷ୍ଟ ଯୋଗଁୁ ବୈରତା ଭାବଯୁକ୍ତ ହେବେ। ଠିକିଲେ ଶିକ୍ଷିବେ। ସତ୍‌ମାର୍ଗରେ ପରିଚାଳିତ ହେବେ। ପତ୍ନୀ ସୁଖ ଓ ବନ୍ଧୁସୁଖ ମିଳିବ।

- Advertisement -

ମିଥୁନ: ସନ୍ତାନମାନେ ସୁଶିକ୍ଷିତ ଓ ଜ୍ଞାନବିଜ୍ଞାନର ଆଧାର ହୋଇପାରନ୍ତି। ସ୍ବଧର୍ମାନୁରକ୍ତ ହେବେ। ସତ୍‌ଚରିତ୍ରଯୁକ୍ତ ହେବେ। ତେଜୋଦୀପ୍ତ ହୋଇ ନିଜର ଜ୍ଞାନ ଗୁଣକୁ ଜନସ୍ବାର୍ଥରେ ବିନିଯୋଗ କରିବେ। ସୁଖୀ ହେବେ।

କର୍କଟ: ଜଳଯାତ ଦ୍ରବ୍ୟରୁ ଧନ ପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରନ୍ତି। ଗୃହ ପରିବେଶ ଉତ୍ତମ ମାନର ହେବ। କୂପ ଜଳକୁ ବିଶୋଧନ କରିପାରନ୍ତି। ଭୂସମ୍ପତ୍ତି ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି।

ସିଂହ:  ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟପାତ୍ର ଓ ଆପଣାର କରିପାରନ୍ତି। ଜଣେ ଉପଯୁକ୍ତ ପରାମର୍ଶଦାତାର ଭୂମିକା ନିର୍ବାହ କରିବେ। ଧୀର ପାଣି ପଥର କାଟିବା ସ୍ବଭାବର ହେବେ।

କନ୍ୟା: ସରକାରୀ ସ୍ତରରୁ ସାହାଯ୍ୟ ଆକାରରେ ଆଶାତୀତ ଧନ ଆହରଣ କରି ନିଜର ସ୍ବାସ୍ଥ୍ୟ ସମ୍ପଦକୁ ନିରାମୟ ରଖିବେ। ପୂର୍ବାର୍ଜିତ କର୍ମଫଳ ଯୋଗଁୁ ଭ୍ରାତୃ ସହାୟତାରେ ତେଜିୟାନ୍‌ ହେବେ। ବ୍ୟବସାୟ ଲାଭଯୁକ୍ତ ହେବ।

ତୁଳା : ଚିତ୍ରବିଦ୍ୟା ପାରଦର୍ଶୀ ହୋଇ ସୁଖ୍ୟାତି ଅର୍ଜନ କରିପାରନ୍ତି। ଅତିମାତ୍ରାରେ ପୁଣ୍ୟ କର୍ମଶୀଳ ହୋଇ ସମସ୍ତଙ୍କର ଆଦର୍ଶ ସ୍ଥାନୀୟ ହେବେ। ସମ୍ପତ୍ତିବାନ୍‌ ହେବେ। ନୃପତୁଲ୍ୟ କ୍ଷମତାର ଅଧିକାରୀ ହେବେ।

ବିଛା: ନିତ୍ୟକର୍ମ ସ୍ବଚ୍ଛ ଓ ନିର୍ମଳ ରହିବ। ଦୃଢ଼ମନା ହେବେ। ପ୍ରତ୍ୟେକ କାର୍ଯ୍ୟରେ ସହଯୋଗୀ ଓ ଅନୁଗତଙ୍କୁ ସୁପରାମର୍ଶ ଦେଇ କାର୍ଯ୍ୟ କରୁଥିବା ସଂସ୍ଥାର ଉନ୍ନତି ସାଧନ କରିବେ। ଚୋରଙ୍କ ପ୍ରତି ସତର୍କ ରହିବେ।

ଧନୁ: ସରକାରଙ୍କ ବିଭାଗୀୟ ସ୍ତରରୁ ଧନଲାଭର ସୂଚନା ମିଳୁଛି। ସେବା କ୍ଷେତ୍ରରେ ଆପଣଙ୍କ କର୍ମ ନିପୁଣତା ଆଦର୍ଶଯୁକ୍ତ ହେବ। ମହାନ୍‌ ପୌରୁଷର ଅଧିକାରୀ ହେବେ। ପୁଷ୍ପାଭରଣ ହେବେ। ଧନ ପ୍ରାପ୍ତ ହେବ।

ମକର: ପରୋପକାରୀ ହୋଇପାରନ୍ତି। କର୍ମ ଉପରେ ପ୍ରାଧାନ୍ୟ ଦେବେ। ହୃଦୟରେ ଦୟାଭାବ ଜାଗ୍ରତ ହେବ। ଦୁଷ୍ଟ ସଙ୍ଗୀ ପରିତ୍ୟାଗ କରି ସତ୍‌ସଙ୍ଗୀ ହୋଇପାରନ୍ତି। ନିଜେ ପରିବାରକୁ ଭଲ ପରାମର୍ଶ ଦେବେ।

କୁମ୍ଭ: ଦେବ ଭକ୍ତିଯୁକ୍ତ ହେବାର ସୂଚନା ମିଳୁଛି। ଧର୍ମ କାର୍ଯ୍ୟରେ ଲିପ୍ତ ରହି ଅନ୍ୟମାନଙ୍କୁ ନିଷ୍କାମ ଧର୍ମରେ ଦୀକ୍ଷିତ କରାଇ ପାରନ୍ତି। ନିଜେ ସଳିତା ଭଳି ଜଳି ଅନ୍ୟମାନଙ୍କୁ ଆଲୋକ ଦାନ କରିବେ।

ମୀନ:  ପ୍ରତ୍ୟେକ କ୍ଷେତ୍ରରେ ଅମାନିଆ ହେବେ। କର୍ମକ୍ଷେତ୍ରରେ ବ୍ୟସ୍ତ ରହି ମଧ୍ୟ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ। କାହାରି ନିନ୍ଦାକୁ ଭ୍ରୂକ୍ଷେପ ନକରି ନିଜ ବୁଦ୍ଧିରେ ବାଟ ଚାଲିପାରନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories