www.samajalive.in
Saturday, December 6, 2025
15.1 C
Bhubaneswar

ଜିଡିପିରେ ଶିଳ୍ପ ଓ ନିର୍ମାଣ କ୍ଷେତ୍ରର ଯୋଗଦାନ ବୃଦ୍ଧି କରିବା ଆମର ପ୍ରଥମ ପ୍ରାଥମିକତା: ହେମନ୍ତ ଶର୍ମା

ଭୁବନେଶ୍ୱର :  ଆସୋଚାମ ଓଡିଶା ରାଜ୍ୟ ପରିଷଦ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଓଡିଶା ମାନୁଫ୍ୟାକଚରିଂ କନ୍‌କ୍ଲେଭ ୨୦୨୫ର ୨ୟ ସଂସ୍କରଣ ସଫଳତାର ସହ ଆୟୋଜନ କରାଯାଇଛି । ଚଳିତ ବର୍ଷର ବିଷୟବସ୍ତୁ “ଏଆଇ-ଡ୍ରିଭେନ ମାନୁଫ୍ୟାକ୍‌ଚରିଂ: ଇନୋଭେଶନ, ଏଫିସିଏନ୍ସି ଆଣ୍ଡ ସଷ୍ଟେନେବୁଲ ଗ୍ରୋଥ୍‌” ରହିଛି । ଏହି କନ୍‌କ୍ଲେଭରେ ଏକ ଭବିଷ୍ୟତ ପ୍ରସ୍ତୁତ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବା ପାଇଁ ଓଡ଼ିଶାର ରୋଡମ୍ୟାପ ସମ୍ପର୍କରେ ଆଲୋଚନା କରିବା ପାଇଁ ଶିଳ୍ପ ଲିଡର, ନୀତି ନିର୍ମାତା, ବୈଷୟିକ କ୍ଷେତ୍ରରେ ପ୍ରବର୍ତକ ଓ ଶିକ୍ଷାନୁଷ୍ଠାନଗୁଡିକ ଏକତ୍ରିତ ହୋଇଥିଲେ ।

ଏହି ଅବସରରେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ଉଲ୍ଲେଖ କରିଥିଲେ ଯେ, ବର୍ତମାନ ନିର୍ମାଣ କ୍ଷେତ୍ର ଓଡିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ରେ ୩୬% ଯୋଗଦାନ ଦେଉଥିବା ବେଳେ, ଶିଳ୍ପ ଓ ନିର୍ମାଣ କ୍ଷେତ୍ରର ମିଳିତ ଯୋଗଦାନ ୫୩% ରହିଛି । ତେବେ ଏହି ମିଳିତ ଅଂଶକୁ ଆହୁରି  ବୃଦ୍ଧି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ  ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ଶୀର୍ଷ ପ୍ରାଥମିକତା ଭାବେ ବଜାୟ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, “ଆମର ନୀତିଗୁଡିକୁ ଏହି ବିକାଶକୁ ଆଗକୁ ବଢାଇବା ପାଇଁ ରଣନୈତିକ ଭାବେ ପରିକଳ୍ପନା କରାଯାଇଛି ଏବଂ ଆମେ ନିବେଶରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ କରୁଛୁ । ଅନେକ ନିବେଶ ପ୍ରସ୍ତାବକୁ ଗ୍ରହଣ କରାଯିବା ସହ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି ।”

- Advertisement -

ବିଗତ କିଛି ଦଶନ୍ଧିରେ ଘଟିଥିବା ଓଡିଶାର ଶିଳ୍ପ ରୂପାନ୍ତରଣ ଉପରେ ଗୁରୁତ୍ୱ ଦେଇ ଶ୍ରୀଯୁକ୍ତ ଶର୍ମା  ସଂଶାଧନର ବ୍ୟବହାରକୁ ବୃଦ୍ଧି କରିବା କ୍ଷେତ୍ରରେ ବୈଷୟିକ ଅଗ୍ରଗତିର ଭୂମିକାକୁ ଉଲ୍ଲେଖ କରିଥିଲେ । ସେ କହିଥିଲେ, “ ଉଦାହରଣ ସ୍ୱରୁପ,  ଦୁଇ ଗୁଣ ଉତ୍ପାଦନ କ୍ଷମତା ସହିତ ଆଲୁମିନିୟମ ପ୍ଲାଂଟ ସ୍ଥାପନ କରିବା ପାଇଁ ଆବଶ୍ୟକ ହେଉଥିବା ଜମି ବର୍ତମାନ ପ୍ରାୟ ୫୦%କୁ ହ୍ରାସ ପାଇଛି, ଏଥିପାଇଁ ଉନ୍ନତ ଟେକ୍ନୋଲୋଜିକୁ ଧନ୍ୟବାଦ । ଦକ୍ଷ ମାନବସମ୍ବଳର ସ୍ଥିର ଯୋଗାଣ ଓ  ସେମାନଙ୍କର ବିକାଶରେ ସାହାଯ୍ୟ କରିବା ପାଇଁ ବ୍ୟାପକ ଭିତିଭୂମି ସହିତ ରାଜ୍ୟ ସରକାର  ସକ୍ରିୟ ଭାବେ ଶିଳ୍ପଗୁଡିକୁ ସମର୍ଥନ କରୁଛନ୍ତି, ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ, ଶିଳ୍ପର ବିଶିଷ୍ଟ ବ୍ୟକ୍ତି, ଟେକ୍ନୋଲୋଜି ଲିଡର, ଆନ୍ତର୍ଜାତୀୟ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଆସୋଚାମ- ପୂର୍ବ ଓ ଉତରପୂର୍ବର  ବରିଷ୍ଠ ନିର୍ଦ୍ଦେଶକ ପରମିନ୍ଦର ଜିତ କୌର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ନିଜର ମତବ୍ୟକ୍ତ କରିଥିବା ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଓଡିଶାର ଶିଳ୍ପ ବିଭାଗର ନିର୍ଦ୍ଦେଶକ, ଆଇଏଏସ ଡଃ ପ୍ରଶାନ୍ତ କୁମାର ରେଡ୍ଡୀ, ଆସୋଚାମ, ଓଡିଶା ରାଜ୍ୟ ଉତ୍ପାଦନ ପରିଷଦର ଅଧ୍ୟକ୍ଷ ଶ୍ରୀ ଶଶି ଶେଖର ମହାନ୍ତି, ଆସୋଚାମର ଓଡିଶା ରାଜ୍ୟ ଖଣି ଓ ଇସ୍ପାତ ପରିଷଦର ଅଧ୍ୟକ୍ଷ ପ୍ରବୋଧ ମହାନ୍ତି, ଆସୋଚାମ ଓଡିଶା ସିଏସଆର ଓ ସ୍ଥାୟିତ୍ୱ ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ହୋତା, ପ୍ରିମସ ପାର୍ଟନନର୍ସ ଇଣ୍ଡିଆର ବରିଷ୍ଠ ପରାମର୍ଶଦାତା ଭାରତ ଦୁରେଜା ପ୍ରମୁଖ ସାମିଲ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories