www.samajalive.in
Monday, December 15, 2025
27.1 C
Bhubaneswar

ଯୁବ ମେକାନିକ ତିରୁପତିରୁ ନିଖୋଜ, ୪୭ ଦିନ ପରେ ବି ନାହିଁ ଖୋଜଖବର

ଗୋପାଳପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପାଲୁରୁ ଗ୍ରାମର ପୋଲକାଲା ଲକ୍ଷ୍ମୀନାରାୟଣ ନାମକ ଜଣେ ମେକାନିକ ଗତ ମେ ୧ ରୁ  ତିରୁପତିରୁ ନିଖୋଜ ରହିଥିବାବେଳେ ଆଜି ଯାଏଁ ତାଙ୍କର କୌଣସି ଖୋଜଖବର ମିଳିପାରିନଥିବା ପରିବାର ବର୍ଗ ପ୍ରକାଶ କରିଛନ୍ତି। ନିଖୋଜ ଲକ୍ଷ୍ମୀନାରାୟଣ ତିରୁପତି ଜିଲ୍ଲା ଅନ୍ତର୍ଗତ ସାତଭେଡୁ ଥାନା ଅଞ୍ଚଳର ଏକ ପଥର ଖଣିରେ ମେକାନିକାଲ ଭାବରେ କାମ କରୁଥିଲେ। ସେ ତାଙ୍କ ମାଲିକ ଏବଂ ସହାୟକଙ୍କ ସହିତ ତିରୁପତି ନିକଟସ୍ଥ ମଦନପଲ୍ଲୀକୁ ଏକ ମେକାନିକାଲ କାମ ପାଇ ଯାଇଥିଲେ। କାମ ଶେଷ ହେବା ପରେ ମାଲିକ ମେକାନିକ ଲକ୍ଷ୍ମୀନାରାୟଣ ଏବଂ ଜଣେ ସହାୟକଙ୍କୁ ତିରୁପତି ଯିବାକୁ ଛାଡ଼ି ନିଜ କ୍ୟାମ୍ପକୁ ଫେରିଯାଇଥିଲେ। ହେଲପର ଏବଂ ମେକାନିକ ଲକ୍ଷ୍ମୀନାରାୟଣ ତିରୁପତି ଅଭିମୁଖେ ଯାତ୍ରା କରିଥିଲେ । ସାଥୀରେ ଥିବା ହେଲପରଙ୍କ ବୟାନ ଅନୁସାରେ ସେମାନେ  ତିରୁପତି ରେଳ ଷ୍ଟେସନରେ ଓହ୍ଲାଇଲେ ଏବଂ ଲକ୍ଷ୍ମୀନାରାୟଣ  ତିରୁପତି ରେଳ ଷ୍ଟେସନରେ ବିଶ୍ରାମ ନେଲେ।

ହେଲପର ଲକ୍ଷ୍ମୀନାରାୟଣଙ୍କୁ କ୍ୟାମ୍ପକୁ ନେବା ପାଇଁ ଅନେକ ଚେଷ୍ଟା କରିବା ସତ୍ତ୍ୱେ, ସେ ସହଯୋଗ କଲେ ନାହିଁ। ତେଣୁ ହେଲପର ଲକ୍ଷ୍ମୀନାରାୟଣଙ୍କୁ ତିରୁପତି ରେଳ ଷ୍ଟେସନରେ ଛାଡି ନିଜ କ୍ୟାମ୍ପକୁ ଫେରିଯାଇଥିଲେ। ସେହି ଦିନଠାରୁ ଲକ୍ଷ୍ମୀ ନାରାୟଣଙ୍କ ବିଷୟରେ କିଛି ଖୋଜଖବର ଜଣାପଡୁ ନାହିଁ, ଅନ୍ୟ ପଟେ ଲକ୍ଷ୍ମୀ ନାରାୟଣଙ୍କ ମୋବାଇଲ ସହାୟକଙ୍କ ନିକଟରେ ରହିଥିବାବେଳେ ଘଟଣା ସନ୍ଦେହ ଘେରରେ ରହିଥିବା ପରିବାର ବର୍ଗଙ୍କ ପକ୍ଷରୁ କୁହାଯାଇଛି । ଏହା ମଧ୍ୟରେ ପରିବାର ସଦସ୍ୟ ଲକ୍ଷ୍ମୀନାରାୟଣଙ୍କ ନେଇ ଜାଣିବା ପାଇଁ ତିରୁପତି ଯିବା ସହ ନିଖୋଜ ନେଇ ପରିବାର ପକ୍ଷରୁ ତିରୁପତି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ବ୍ରହ୍ମପୁର ପୋଲିସ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ଏଦିଗରେ ହସ୍ତକ୍ଷେପକରି ନିଖୋଜ ଲକ୍ଷ୍ମୀନାରାୟଣଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ କରିବା ସହ ନିଖୋଜ ଲକ୍ଷ୍ମୀନାରାୟଣଙ୍କୁ ଖୋଜିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories