www.samajalive.in
Sunday, December 14, 2025
26.1 C
Bhubaneswar

ପରକିଆ ପ୍ରୀତି ପାଇଁ ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ତ୍ରୀ

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଞ୍ଚଳରେ ସୋମବାର ସ୍ତ୍ରୀ ଟାଙ୍ଗିଆ ଚୋଟରେ ଗୁରୁତର ସ୍ବାମୀଙ୍କ ରାତିରେ ମୃତ୍ୟୁ ଘଟିଛି। ଝାମ୍ଫି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ପରକିଆ ପ୍ରୀତି ଓ ସ୍ବାମୀ ପ୍ରଶାନ୍ତ କହଁରର ନିର୍ଯାତନାର ସହି ନପାରି ତାଙ୍କ ସ୍ତ୍ରୀ ପ୍ରଶାନ୍ତଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଝାମ୍ଫି ଗାଁର ପ୍ରଶାନ୍ତ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ଅହଲ୍ୟାଙ୍କୁ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଥିଲେ। ଫଳରେ ନିଜ ଛୁଆଙ୍କୁ ଧରି ଅହଲ୍ୟା ଦୁଃଖରେ ରହୁଥିଲେ। ଏହାକୁ ନେଇ ସବୁବେଳେ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ସୋମବାର କୌଣସି କଥାକୁ ନେଇ ଝଗଡ଼ା ହେବାରୁ ପ୍ରଶାନ୍ତ ଏକ ଟାଙ୍ଗିଆ ଧରି ଅହଲ୍ୟାଙ୍କୁ ହାଣିବା ପାଇଁ ଗୋଡ଼ାଇଥିଲେ। ପରେ ସ୍ବାମୀଙ୍କ ହାତରୁ ଟାଙ୍ଗିଆ ଛଡ଼େଇନେଇ ଅହଲ୍ୟା ସେଥିରେ ତାଙ୍କୁ ପିଟି ଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଖଜୁରିପଡ଼ା ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସେଠାରୁ ଫୁଲବାଣୀ ମେଡିକାଲକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଛି। ବାପାଙ୍କୁ ମାରି ଦିଆଯାଇଥିବା ନେଇ ପ୍ରଶାନ୍ତଙ୍କ ଝିଅ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ନଂ.୧୩୮/୨୫ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର କରିଛନ୍ତି। କିଛି ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ କହିଛନ୍ତି ।

ଜୁଲାଇରେ ମହାସଂଯୋଗ.. ବୃହସ୍ପତି-ଶନି ପୁଣି ଚନ୍ଦ୍ରମା-ରାହୁ ଚଳନ; ଜାଣନ୍ତୁ କେଉଁ ରାଶି ହେବେ କୋଟିପତି, କାହାର ହେବ ବିବାହ, ମିଳିବ ସନ୍ତାନ ସୁଖ

ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ;ବୁଢିଆଣୀ ଜାଲରେ ଫସି ଛଟପଟ ହେଲା ସାପ

- Advertisement -

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories