www.samajalive.in
Sunday, December 14, 2025
16.1 C
Bhubaneswar

ପଟ୍ଟା ଜାଗାରେ ସରକାରୀ ପ୍ରକଳ୍ପ କାହା ସ୍ୱାର୍ଥରେ?

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳଭାବେ ଜଣାଶୁଣା ତଳଗାଁ ପଞ୍ଚାୟତର ରାଣୀସାହି ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ପଟ୍ଟା ଜାଗାରେ ସରକାରୀ ଅନୁଦାନରେ ଏକ ଗ୍ରାମଦେବତୀ ପୀଠ ପ୍ରକଳ୍ପ ନିର୍ମାଣ ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଗ୍ରାମବାସୀ ଜଳେଶ୍ୱର ମଲ୍ଲିକ, ସୁରଥ ଯାନୀ, ପ୍ରାଣବନ୍ଧୁ ନାୟକ, ଗୌରାଙ୍ଗ ଯାନୀ, ପିତାମ୍ବର କହଁର, ଓାର୍ଡସଭ୍ୟ ରବିନ୍ଦ୍ର ନାୟକ, ଅମର ଯାନୀ ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ବ୍ଲକ ପକ୍ଷରୁ ଏସ.ଡି.ସି ଯୋଜନାରେ ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ରାଣୀସାହି ଗ୍ରାମଦେବତୀ ପୀଠ ନିର୍ମାଣ ପାଇଁ ୧ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଥିଲା। ମାତ୍ର ଏହି ପ୍ରକଳ୍ପଟିକୁ ଗ୍ରାମଦେବତୀ ପୀଠରେ କରାଯିବା ପରିବର୍ତେ ଗ୍ରାମର ବାନାମ୍ବର ଯାନୀ ନାମକ ଜନୈକ ବ୍ୟକ୍ତିଙ୍କ ପଟ୍ଟା ଜମିରେ ନିର୍ମାଣ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଟ୍ଟା ଜମିରେ ସରକାରୀ ପ୍ରକଳ୍ପ ନିର୍ମାଣ କିପରି ନିର୍ମାଣ କରାଗଲା ଏବଂ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଜାଣତରେ କି ଅଜାଣତରେ ପ୍ରକଳ୍ପ ନିର୍ମାଣ ହୋଇଛି ଏହାର ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହା ସହିତ ପ୍ରକଳ୍ପ ନିର୍ମାଣ ବିଲ୍‌ ପୈଠକୁ ବନ୍ଦ କରିବା ସହିତ ଉକ୍ତ ପ୍ରକଳ୍ପକୁ ଗ୍ରାମଦେବତୀ ପୀଠରେ କରାଯିବାକୁ ସେମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories