www.samajalive.in
Sunday, December 7, 2025
26.1 C
Bhubaneswar

ମଞ୍ଚରେ ‘ମହାସଂଗ୍ରାମର ମହାନାୟକ’

ଭୁବନେଶ୍ଵର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ବରପୁତ୍ର ନାଟକ କାର୍ଯ୍ୟକ୍ରମରେ ‘ମହାସଂଗ୍ରାମର ମହାନାୟକ’ ମଞ୍ଚସ୍ଥ ହୋଇଛି। ବକ୍ସି ଜଗବନ୍ଧୁଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ନାଟକକୁ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରଚନା କରିଥିବାବେଳେ ଧୀରେନ୍ଦ୍ର ନାଥ ମଲ୍ଲିକ ନିର୍ଦ୍ଦେଶନା ଦେଇଛନ୍ତି। ବରପୁତ୍ରଙ୍କ ଜୀବନୀ ଉପରେ ଆଧାରିତ ଏହି ନାଟକକୁ ଦର୍ଶକ ବେଶ୍ ଗ୍ରହଣ କରିଥିବା ଦେଖିବାକୁ ମିଳିଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା, ବିଜୟାନନ୍ଦ ସିଂ ଏବଂ ବିଜୟ କୁମାର ଦାସ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ବରପୁତ୍ରଙ୍କ ଆଧାରିତ ନାଟକ ଦେଖିବାକୁ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଓଡ଼ିଶା ସରକାରଙ୍କ ପ୍ରୟାସକୁ ସାଧାରଣ ଜନତା ବା ଦର୍ଶକ ପ୍ରଶଂସା କରିବାସହ ସାଧୁବାଦ ଜଣାଇଛନ୍ତି। ଜୁନ ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ବରପୁତ୍ର ଆଧାରିତ ନାଟକ ମଞ୍ଚସ୍ଥ ହେବା କାର୍ଯ୍ୟକ୍ରମ ଜାରି ରହିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଏହା ଅନୁଷ୍ଠିତ ହେଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories