www.samajalive.in
Sunday, December 14, 2025
26.1 C
Bhubaneswar

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମରଣସଭା

ବ୍ରହ୍ମପୁର :  ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ତିରୋଧାନ ଦିବସ ପାଳନ ହୋଇଯାଇଛି । ସ୍ଥାନୀୟ ଗିରିରୋଡ ଗୋପବନ୍ଧୁ ଛକ ସ୍ଥିତ ପ୍ରତିମୂର୍ତ୍ତୀରେ  ସମିତି ସଭାପତି ଆର.ସତ୍ୟ ନାରାୟଣ ରାଓ ଓ ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ମାଲ୍ୟାର୍ପଣ କରିଥିଲେ। ସମିତି ସମ୍ପାଦକ ଏସ. ସାମ୍ବାସିବା ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମରଣ ସଭାରେ ସହରର ଅନେକ ବୁଦ୍ଧିଜୀବି ଯୋଗଦେଇ ଗୋପବନ୍ଧୁଙ୍କ ବିଷୟରେ ଆଲୋଚନା କରିଥିଲେ । ଉତ୍କଳମଣି ଗୋପବନ୍ଧୁ ଥିଲେ ଏକାଧାରରେ ଜଣେ ମହାନ ସ୍ଵାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ସମାଜସେବୀ, କବି, ସାହିତ୍ୟିକ, ଶିକ୍ଷାବିତ୍ ଓ ସାମ୍ବାଦିକ। ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ କର୍ତ୍ତବ୍ୟ ବୋଧିନି ସମିତି ଗଠନ କରି ଗୋପବନ୍ଧୁ ଦାସ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ କରିଥିଲେ । ସେ କହୁଥିଲେ ‘ଭାଷା ହିଁ ଜାତିର ପ୍ରାଣସ୍ପନ୍ଦନ”।୧୯୦୩ ମସିହାରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ୧୯୦୯ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ହଇଜା ରୋଗୀଙ୍କ ସେବା ପାଇଁ ପୁରୀ ସେବା ସମିତି ଗଢ଼ିବା ସହ କଲିକତାରେ ପ୍ରବାସୀ ଓଡ଼ିଆଙ୍କ ସହାୟତା ପାଇଁ ଓଡ଼ିଆ ଶ୍ରମିକ ସଂଘ ଗଠନ କରିଥିଲେ । ୧୯୧୭ରୁ ୧୯୨୧ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଓ ୧୯୨୧ରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । କାରାଗାରରେ ଥିବା ବେଳେ କାରା କବିତା ଓ ବନ୍ଦୀର ଆତ୍ମକଥା ରଚନା କରିଥିଲେ । ଅନ୍ୟାନ୍ୟ କୃତି ମଧ୍ୟରେ ଧର୍ମପଦ, ନଚିକେତା, ଉପାଖ୍ୟାନ, ଗୋମାହାତ୍ମ୍ୟ ଆଦି ଅନ୍ୟତମ । କଲିକତା ଠାରେ ଟାଇଫୋଏଡ ଜ୍ଵରରେ ଆକ୍ରାନ୍ତ ହୋଇ ସତ୍ୟବାଦୀକୁ ଫେରିଲା ପରେ ୧୯୨୮ମସିହା ଜୁନ ୧୭ ତାରିଖରେ ତାଙ୍କ ଦେହାନ୍ତ ଘଟିଥିଲା।  ତାଙ୍କ ଆଦର୍ଶଗତ ରାଜନୈତିକ ଜୀବନଠୁ ବର୍ତ୍ତମାନର ରାଜନେତା ମାନେ ଅନେକ କଥା ଶିଖିବାର ଆବଶ୍ୟକତା ରହିଛି । ତ୍ୟାଗ ଓ ସେବାର ପ୍ରତୀକ ଭାବେ ଗୋପବନ୍ଧୁ ଦାସ ସବୁବେଳେ ପରିଚିତ ଓ ନମସ୍ୟ ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories