www.samajalive.in
Friday, December 5, 2025
26.1 C
Bhubaneswar

ବଡ ଅଘଟଣରୁ ବର୍ତ୍ତିଲା ଯାତ୍ରୀବାହୀ ବିମାନ; ଥିଲେ ୨୫୦ ଯାତ୍ରୀ

ନୂଆଦିଲ୍ଲୀ : ବଡ ଅଘଟଣରୁ ବର୍ତ୍ତିଲା ଯାତ୍ରୀବାହୀ ବିମାନ । ସାଉଦି ଏୟାରଲାଇନ୍ସର ଏକ ବିମାନରୁ ହଠାତ୍‌ ବାହାରିଥିଲା ଧୂଆଁ । ଲଖନଉ ବିମାନ ବନ୍ଦରରେ ଅବତରଣ ବେଳେ ଧୂଆଁ ବାହାରିଥିଲା ବୋଲି ଜଣାପଡିଛି । ହାଇଡ୍ରୋଲିକ୍‌ ତେଲ ଲିକ୍‌ ହେବାରୁ ଏହି ଧୂଆଁ ବାହାରିଥିଲା । ବିମାନରୁ ସଠିକ୍‌ ସମୟରେ ସମସ୍ତ ଯାତ୍ରୀ ଓହ୍ଲାଇ ପଡିଥିବାରୁ ବଡ ଅଘଟଣ ଟଳିବା ସହ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ବିମାନରେ ୨୫୦ ଜଣ ହଜ୍‌ ଯାତ୍ରୀ ଥିଲେ । ୨୦ ମିନିଟ୍‌ ମଧ୍ୟରେ ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । ପ୍ରାୟ ୨୫୦ ହଜ୍‌ ଯାତ୍ରୀଙ୍କୁ ନେଇ ସାଉଦି ଏୟାରଲାଇନ୍ସର ଏହି ବିମାନ ରବିବାର ସକାଳେ ଲଖନଉର ଚୌଧୁରୀ ଚରଣ ସିଂହ ବିମାନବନ୍ଦରରେ ଅବତରଣ ସମୟରେ ଏହି ସମସ୍ୟା ଦେଖାଯାଇଥିଲା । ଚକ ନିକଟରୁ ଧୂଆଁ ବାହାରିବା ଦେଖି ପାଇଲଟ୍‌ ବିମାନକୁ ତୁରନ୍ତ ଅଟକାଇ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ । ଫଳରେ ଏକ ବଡ ଅଘଟଣ ଟଳିଥିଲା।

ଦେଖନ୍ତୁ ଭିଡିଓ ; ଜନବସତିରେ ପଶି ପାଣି ପାଇଁ କେମିତି ଛଟପଟ ହେଲା ବାଘ

ଦୀର୍ଘ ବର୍ଷ ପରେ ଜୁଲାଇରେ ଦୁର୍ଲ୍ଲଭ ଯୋଗ; ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ରାଶିଙ୍କୁ କରିବ କୋଟିପତି, ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories