ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଯଦି ତେହରାନ ଉପରେ ପରମାଣୁ ଆକ୍ରମଣ କରେ ତେବେ ପାକିସ୍ତାନ ଇସ୍ରାଏଲ ଉପରେ ପରମାଣୁ ଆକ୍ରମଣ କରିବ । ଏଭଳି ଆଶ୍ୱସ୍ତି ଇରାନକୁ ଦେଇଛି ପାକିସ୍ତାନ । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଇରାନକୁ କହିଛି ଯେ ଯଦି ଇସ୍ରାଏଲ ତେହରାନ ଉପରେ ପରମାଣୁ ଆକ୍ରମଣ କରେ, ତେବେ ଇସଲାମାବାଦ ୟହୁଦୀ ଦେଶ ଇସ୍ରାଏଲ ଉପରେ ପରମାଣୁ ଅସ୍ତ୍ର ସହିତ ଆକ୍ରମଣ କରିବ । ଇରାନର ସର୍ବୋଚ୍ଚ ଜେନେରାଲ ସରକାରୀ ଟେଲିଭିଜନରେ ଏକ ସାକ୍ଷାତାକାରରେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଯଦିଓ ଏପର୍ଯ୍ୟନ୍ତ କୌଣସି ପାକିସ୍ତାନୀ ଅଧିକାରୀ ଏ ବିଷୟରେ ବିବୃତ୍ତି ଦେଇନାହାଁନ୍ତି । କିନ୍ତୁ ଇରାନ ଦୃଢୋକ୍ତିର ସହ ଏହା କହିଛି ।
ଇରାନ-ଇସ୍ରାଏଲ ଯୁଦ୍ଧ ଆରମ୍ଭରୁ ହିଁ ପାକିସ୍ତାନ ମୁସଲିମ୍ ଏକତାକୁ ଉଦ୍ଧୃତ କରି ଇରାନକୁ ସମର୍ଥନ କରିଆସିଛି । ଏବେ ପାକିସ୍ତାନ ଇରାନକୁ କହିଛି ଯେ ଯଦି ଇସ୍ରାଏଲ ଇରାନ ଉପରେ ପରମାଣୁ ଅସ୍ତ୍ର ସହିତ ଆକ୍ରମଣ କରେ ତେବେ ପାକିସ୍ତାନ ମଧ୍ୟ ପରମାଣୁ ବୋମା ସହିତ ଆକ୍ରମଣ କରିବ ।



