www.samajalive.in
Sunday, December 14, 2025
14.1 C
Bhubaneswar

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା; ମୃତ୍ୟୁସଂଖ୍ୟା ୨୭୪କୁ ବୃଦ୍ଧି

ନୂଆଦିଲ୍ଲୀ: ଅହମଦାବାଦରେ ଗତ ଗୁରୁବାର ଘଟିଥିବା ମର୍ମନ୍ତୁଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭୪କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ୨୨୯ ଯାତ୍ରୀ, ୨ ପାଇଲଟ, ୧୦ ବିମାନ କର୍ମଚାରୀ, ୧୦ ଡାକ୍ତର/ଡାକ୍ତରୀ ଛାତ୍ର ଏବଂ ଅନ୍ୟ ସାଧାରଣ ନାଗରିକ ସାମିଲ ଅଛନ୍ତି। ଶୁକ୍ରବାର ଧ୍ବଂସସ୍ତୂପ ତଳୁ ଆଉ କେତେକ ମୃତଦେହ ଉଦ୍ଧାର କରାଯିବା ପରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଉକ୍ତ ଦିନ ବିମାନଟି ଉଡାଣ ଆରମ୍ଭ କରିବାର କିଛି ସେକେଣ୍ଡ ମଧ୍ୟରେ ସମ୍ଭବତଃ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ବନ୍ଦର ନିକଟରେ ଅବସ୍ଥିତ ଏକ ମେଡିକାଲ କଲେଜ ହଷ୍ଟେଲ ସହ ଧକ୍କା ଖାଇଥିଲା। ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ଡାକ୍ତରୀ ଛାତ୍ରମାନେ ଡାଇନିଂ ହଲ୍‌ରେ ଖାଇବାକୁ ବସିଥିବାବେଳେ ସେମାନଙ୍କ ଉପରେ ଚଡକ ପଡିଥିଲା। ଫଳରେ ଦଶ ଡାକ୍ତରୀ ଛାତ୍ର ପ୍ରାଣ ହରାଇଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି। ଇତିମଧ୍ୟରେ ଦୁର୍ଘଟଣାସ୍ଥଳରୁ ଆବର୍ଜନା ସଫା କରିବାକୁ ୪୦ ଇଞ୍ଜିନିୟର ଏବଂ ଶତାଧିକ କର୍ମଚାରୀଙ୍କୁ ନିିୟୋଜିତ କରାଯାଇଛି। ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍‌ବକ୍ସକୁ ହଷ୍ଟେଲ ଛାତ ଉପରୁ ଉଦ୍ଧାର କରାଯାଇଛି।

ଏହାକୁ ଯାଞ୍ଚ କରାଗଲେ ଦୁର୍ଘଟଣା ସମ୍ପର୍କିତ ଅନେକ ପ୍ରସଙ୍ଗ ସାମନାକୁ ଆସିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅହମଦାବାଦ ଗସ୍ତରେ ଯାଇ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହାବ୍ୟତୀତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ବାସଭବନକୁ ଯାଇ ମୋଦୀ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିବାବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ମଧ୍ୟ ଭେଟିଛନ୍ତି। ​‌େ​‌ବାଇଂ କମ୍ପାନୀର ଏହି ଭରସାଯୋଗ୍ୟ ଡ୍ରିମ୍‌ଲାଇନର (୭୮୭-୮) ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବର୍ତ୍ତମାନ ସମସ୍ତ ଡ୍ରିମଲାଇନର ବିମାନର ପୁଙ୍ଖାନୁପଙ୍ଖ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories