www.samajalive.in
Saturday, December 6, 2025
26.1 C
Bhubaneswar

ଖୋର୍ଦ୍ଧାରେ ଲଜିଷ୍ଟିକ ପାର୍କ, ବାଲୁଖଣ୍ଡରେ ହେବ ଇକୋ-ରିସର୍ଟ

ଭୁବନେଶ୍ବର : ୧୩୭ତମ ରାଜ୍ୟସ୍ତରୀୟ ଏକକ ବାତାୟନ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକରେ ୧୭ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅନୁମୋଦିତ ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ରାଜ୍ୟ ୧୧ଟି ଜିଲାରେ ୩, ୮୭୮.୮୬ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହାଫଳରେ ୧୦,୫୮୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁଯାୟୀ, ପ୍ଲାଷ୍ଟିକ୍‌ କ୍ଷେତ୍ରରେ ୬ଟି ପ୍ରମୁଖ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଗ୍ରିନୱେଭ ସର୍କୁଲାରିଟି ପ୍ରା.ଲି. ପକ୍ଷରୁ ଖୋର୍ଦ୍ଧାରେ ରିସାଇକେଲଡ ଫ୍ଲେକ୍ସ, ପେଲେଟ୍ସ ଓ ରେସିନ ଉତ୍ପାଦନ ପାଇଁ ୬୫୦.୨୩ କୋଟି ଟଙ୍କା ନିବେଶ କରିବ। ଗୁରୁମହାରାଜ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ପ୍ରା.ଲି. ଖୋର୍ଦ୍ଧାରେ ଭୂମିତଳ ପାଇପ୍‌ ଲାଇନ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ପାଇଁ ୨୩୯.୦୭ କୋଟି ଟଙ୍କା ବିନିଯୋଗ କରିବ। ଦି ସୁପ୍ରିମ ଇଣ୍ଡଷ୍ଟ୍ରିଜ ଲି. ପକ୍ଷରୁ କଟକରେ ପ୍ଲାଷ୍ଟିକ ଉତ୍ପାଦ ଉତ୍ପାଦନ ପାଇଁ ୧୭୫ କୋଟି ଟଙ୍କା, ଲୁକ୍ରୋ ପ୍ଲାଷ୍ଟେସାଇକେଲ ପ୍ରା.ଲି. ଦ୍ବାରା ଜଗତସିଂହପୁରରେ ପୋଷ୍ଟ-କଞ୍ଜ୍ୟୁମର ପ୍ଲାଷ୍ଟିକ୍‌ ରିସାଇକେଲ (ପିସିଆର) ଗ୍ରାନୁଲ୍ସ ଓ ଉତ୍ପାଦ ୟୁନିଟ ପ୍ରତିଷ୍ଠା ଲାଗି ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ। ରୟାଲ ଟଚ୍‌ ଫାବ୍ଲୋନ ପ୍ରା.ଲି. ବାଲେଶ୍ବରରେ ପିପି ଓଭେନ ସାକ୍ସ, ବ୍ୟାଗ୍ ଓ ୟାର୍ନ ଲାଇନର ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ ୬୦.୭୮ କୋଟି ଟଙ୍କା ନିବେଶ କରିବ। ମାସ ଇଣ୍ଡିଆ କ୍ଲଦିଂ ପ୍ରା.ଲି. ଖୋର୍ଦ୍ଧାରେ ଟେକ୍ସଟାଇଲ ପ୍ରୋସେସିଂ ମିଲ୍ (ଫେବ୍ରିକ ମିଲ-୧) ପ୍ରତିଷ୍ଠା କରିବ। ଏହି ପୋଷାକ କାରଖାନା ପ୍ରତିଷ୍ଠା ପାଇଁ ୮୮୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଆଇସୋଲଏଡ ଇଞ୍ଜିନିୟରିଂ ଟେକ୍ନୋଲୋଜିଜ୍ ଲି. ଯାଜପୁରରେ ସେରାମିକ ଫାଇବର ଓ ଆନୁଷଙ୍ଗିକ ଉତ୍ପାଦ ଉତ୍ପାଦନ କାରଖାନା ପ୍ରତିଷ୍ଠା ଲାଗି ୫୧ କୋଟି ଟଙ୍କା ବିନିଯୋଗ କରିବ। ହେରାଏସ ଟେକ୍ନୋଲୋଜିଜ ଇଣ୍ଡିଆ ଖୋର୍ଦ୍ଧାର ଇନ୍‌ଫୋଭ୍ୟାଲି ଇଏମ୍‌ସି ପାର୍କରେ ମେଟାଲର୍ଜିକାଲ ସେନସର, ଯନ୍ତ୍ର ଓ ଆନୁଷଙ୍ଗିକ ଉତ୍ପାଦ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ। ଉକ୍ତ କମ୍ପାନୀ ୧୮୮.୪୬ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ। ଆଡସଫ୍ଟ ଟେକ୍ନୋଲୋଜିଜ୍ କଟକରେ ଏଲଇଡି ଟିଭି, ଆଇଓଟି ଡିଭାଇସ, ଇଣ୍ଟରାକ୍ଟିଭ ପ୍ୟାନେଲ, ସେଲ୍‌ଫ-ସର୍ଭିସ କିଓସ୍କ ଓ ଭିଡିଓ ୱାଲ ସିଷ୍ଟମ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ। ଏହି ପ୍ରକଳ୍ପ ଲାଗି ୧୧୨ କୋଟି ଟଙ୍କାର ପୁଞ୍ଜିନିବେଶ ହେବ।
ଗଣେଶ କଞ୍ଜ୍ୟୁମର ପ୍ରଡକ୍ଟସ ଲି. ଖୋର୍ଦ୍ଧାରେ ରୋଲର ଫ୍ଲାଓର ମିଲ୍‌ ପ୍ରତିଷ୍ଠା ପାଇଁ ୫୨.୩୮ କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ରାଣୀସତୀ ଗ୍ରିନ ବାୟୋଫୁଏଲସ ପ୍ରା.ଲି. ବୌଦ୍ଧର ହରଭଙ୍ଗାରେ ଶସ୍ୟଭିତ୍ତିକ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୧୧୦ କୋଟି ଟଙ୍କା ନିବେଶ କରିବ। ଆଇରନ ଟ୍ରାଏଙ୍ଗଲ ଲି. ବଲାଙ୍ଗିରରେ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍‌ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୩୧୦.୭୫ କୋଟି ଟଙ୍କା ଖଟାଇବ। ସମଲେଶ୍ବରୀ ଫେରୋମେଟାଲ୍‌ସ ପ୍ରା.ଲି. ସମ୍ବଲପୁରରେ ଥିବା ସ୍ପଞ୍ଜ ଆଇରନ କାରଖାନା ସମ୍ପ୍ରସାରଣ ପାଇଁ ୪୦୦ କୋଟି ଟଙ୍କା ନିବେଶ ପ୍ରସ୍ତାବ ଦେଇଛି। ରାଏସନ୍ସ ଏଣ୍ଟରପ୍ରାଇଜେସ ପୁରୀର ଗୋପ ବ୍ଲକର ବାଲୁଖଣ୍ଡରେ ୫୩ ‌େ‌କାଟି ଟଙ୍କା ବ୍ୟୟରେ ମେ’ ଫେୟାର ହାଇଡଆଉଟ ନାମକ ଇକୋ-ରିସର୍ଟ ପ୍ରତିଷ୍ଠା କରିବ। ଆଲଫା କୋଲ୍ ବେନେଫିକେସନ ଆଣ୍ଡ ଇନଫ୍ରାଷ୍ଟ୍ରକଚର ସୁନ୍ଦରଗଡ଼ରେ ପ୍ରାଇଭେଟ ଫ୍ରେଟ ଟର୍ମିନାଲ ଓ କୋଇଲା ୱାଶେରୀ ୟୁନିଟ ପ୍ରତିଷ୍ଠା ଲାଗି ୨୧୭.୪୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଭୁବନେଶ୍ବର ଲଜିଷ୍ଟିକ ପାର୍କ ଖୋର୍ଦ୍ଧାରେ ୨୧୮.୮୦ କୋଟି ଟଙ୍କା ଖର୍ଚ୍ଚରେ ଲଜିଷ୍ଟିକ୍ସ ପାର୍କ ପ୍ରତିଷ୍ଠା କରିବ। ସ୍ପେଶାଲ ବ୍ଲାଷ୍ଟ ଲି. ପକ୍ଷରୁ ତାଳଚେରରେ ବିସ୍ଫୋରକ ଏବଂ ଆନୁଷଙ୍ଗିକ ସାମଗ୍ରୀ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୫୪.୯୯ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି କୁହାଯାଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories