www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରେମ ବିଚ୍ଛେଦକୁ ମନେପକାଇ ରିୟାଲିଟି ଶୋ’ରେ କାନ୍ଦିଲେ ନେହା

ମୁମ୍ବଇ : ନିଜ ପ୍ରେମ ବିଚ୍ଛେଦ ଦୁଃଖକୁ ମନେ ପକାଇ ଟିଭି ରିୟାଲିଟି ଶୋ’ରେ କାନ୍ଦିଲେ ବଲିଉଡ଼ ଗାୟିକା ନେହା କକ୍କର୍‍। ରବିବାର ସେ ସୋନି ଟିଭିରେ ପ୍ରସାରିତ ହେଉଥିବା ନୃତ୍ୟ ଭିତ୍ତିକ ରିୟାଲିଟି ଶୋ’ ‘ସୁପର ଡ୍ୟାନ୍ସର ଚ୍ୟାପ୍ଟର-୩’ ରେ ପହଞ୍ଚିଥିଲେ। ସେଠାରେ ଏକ ନୃତ୍ୟ ପ୍ରଦର୍ଶନ ସମୟରେ ଭାବପ୍ରବଣ ହୋଇ ସେ କାନ୍ଦି ପକାଇଥିଲେ। ନେହାଙ୍କୁ କାନ୍ଦୁଥିବା ଦେଖି ତାଙ୍କ ପାଖରେ ବସିଥିବା ଶୋ’ର ବିଚାରପତି ଗୀତା କପୁର, ଶିଳ୍ପା ସେଟ୍ଟୀ ଓ ଅନୁରାଗ ବାସୁ ତାଙ୍କୁ ଆଶ୍ୱାସନା ଦେଇଥିଲେ।

ନେହା ପ୍ରାୟତଃ ଅଧିକାଂଶ ରୋମାଣ୍ଟିକ୍‍ ଗୀତ ଗାଇଛନ୍ତି। ତାଙ୍କରି ଗୀତରେ ହିଁ ପ୍ରତିଯୋଗୀମାନେ ନୃତ୍ୟ ପରିବେଷଣ କରିଥିଲେ। ହେଲେ ନେହା ସେହି ଗୀତଗୁଡ଼ିକୁ ଶୁଣି ନିଜ ଭଙ୍ଗା ହୃଦୟର ଦୁଃଖକୁ ମନେ ପକାଇ କାନ୍ଦିଥିଲେ। ନେହା ଶୋ’ରେ କହିଥିଲେ ଯେ, “ମୁଁ ମୋର ସବୁ ଗୀତ ଗୁଡ଼ିକୁ ହୃଦୟରୁ ଗାଇଥାଏ। ହେଲେ ଆଜି ଏହି ଗୀତ ସବୁ ଶୁଣିଲେ ମୋତେ କଷ୍ଟ ହେଉଛି। ଗୀତର ପ୍ରକୃତ ଅର୍ଥ ଅନୁଭବ ହେଉଛି। ସତ କହିବାକୁ ଗଲେ ମୁଁ ବହୁତ ଯନ୍ତ୍ରଣାରେ ଅଛି”। ନେହା ପୁନର୍ବାର କହିଲେ, ସବୁବେଳେ ମାଆ-ବାପାଙ୍କ ସୁନାପିଲା ହୋଇ ରହିବାକୁ ମୋ ପରିବାର ମୋତେ ଶିକ୍ଷା ଦେଇଛି। ମୋ ଜୀବନରେ ଏପର୍ଯ୍ୟନ୍ତ ମୋ ଆଖପାଖରେ ଥିବା ଲୋକମାନଙ୍କୁ ମୁଁ ସର୍ବଦା ଖୁସି ରଖିବାକୁ ଚେଷ୍ଟା କରି ଆସିଛି। କିନ୍ତୁ ବେଳେବେଳେ ଆମକୁ ଖରାପ ଲୋକ ମିଳିଯାଆନ୍ତି”। ଶୋ’ର ପ୍ରତିଯୋଗୀମାନେ ମଧ୍ୟ ତାଙ୍କୁ ଆଶ୍ୱାସନା ଦେଇଥିଲେ। ଏସବୁ ପରେ “ଆପଣମାନଙ୍କ ଭଲପାଇବା ମୋତେ ନିଜକୁ ଭଲପାଇବା ଶିଖାଇ ଦେଇଛି” ବୋଲି ନେହା କହିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories