www.samajalive.in
Saturday, December 6, 2025
23.1 C
Bhubaneswar

ପାତାଳରୁ ଖୋଜି ଆତଙ୍କବାଦୀଙ୍କୁ ମାରିବୁ

ନୂଆଦିଲ୍ଲୀ : ପାକିସ୍ତାନ ଯଦି ଏହାର ପାତାଳରେ ଆତଙ୍କବାଦୀଙ୍କୁ ଲୁଚାଇ ରଖେ ତେବେ ସେମାନଙ୍କୁ ଭାରତ ଖୋଜି ମାରିବ ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚେତାବନୀ ଦେଇଛନ୍ତି। ଅର୍ଥାତ୍‌ ପାକିସ୍ତାନର ଯେକୌଣସି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରୁହନ୍ତୁ ନା କାହିଁକି ଭାରତ ସେମାନଙ୍କୁ ଖୋଜି ମାରିବ। ବ୍ରସେଲ୍ସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କାଳରେ ଜୟଶଙ୍କର କହିଛନ୍ତି ​‌ଯେ ପାକିସ୍ତାନ ଏହାର ଆତଙ୍କବାଦୀଙ୍କୁ ସୀମାନ୍ତ ପିଓକେରେ ଥଇଥାନ କରି ଭାରତ ବିରୋଧରେ ଉପଯୋଗ କରିଆସୁଥିଲା। ଅପରେସନ ସିନ୍ଦୂରରେ ଭାରତ ଏହି ଆତଙ୍କବାଦୀ ଓ ସେମାନଙ୍କ ଆଡ୍ଡାସ୍ଥଳକୁ ଭାରତ ଧ୍ବଂସ କରିବାରେ ସଫଳ ହୋଇଛି। ଭାରତର ଏହି ଅପରେସନ ପରେ ପାକିସ୍ତାନ ଏହାର ଆତଙ୍କବାଦୀଙ୍କୁ ସୁଦୂର ଅଞ୍ଚଳରେ ଲୁଚାଇ ରଖିବାର ଯୋଜନା କରୁଛି। ମାତ୍ର ପାକିସ୍ତାନ ଯଦି ଏହାର ପାତାଳରେ ଆତଙ୍କବାଦୀଙ୍କୁ ଲୁଚାଇ ରଖେ ତେବେ ଭାରତ ସେମାନଙ୍କୁ ଖୋଜି ମାରିବ। ଜୟଶଙ୍କର କହିଛନ୍ତି ଯେ ଆତଙ୍କବାଦକୁ ପାକିସ୍ତାନ ଏହାର ରାଷ୍ଟ୍ର ନୀତି କରିଛି। ଏଥିପାଇଁ ପାକିସ୍ତାନ ହଜାର ହଜାର ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବା ପୂର୍ବକ ଭାରତ ବିରୋଧରେ ଉପଯୋଗ କରୁଛି। ମାତ୍ର ପାକିସ୍ତାନର ଏପରି କାର୍ଯ୍ୟକୁ ଭାରତ କେବେହେଲେ ସହ୍ୟ କରିବ ନାହିଁ। ଅପରେସନ ସିନ୍ଦୂର ପରେ ପାକିସ୍ତାନ ଏହାର ନୀତିରେ ପରିବର୍ତ୍ତନ କରିବା ସହିତ ଆତଙ୍କବାଦୀମାନେ ସତର୍କ ହୋଇଉଠିଛନ୍ତି। ପାକିସ୍ତାନ ଏବେ ସୀମାନ୍ତ ପରିବର୍ତ୍ତେ ସୁଦୂର ଅଞ୍ଚଳରେ ଆତଙ୍କବାଦୀ ଆଡ୍ଡାସ୍ଥଳ ଖୋଲିବାକୁ ଯୋଜନା କରୁଛି। ମାତ୍ର ପାକିସ୍ତାନର ଏପରି ଯୋଜନାକୁ ଭାରତ କେବେହେଲେ ସଫଳ ହେବାକୁ ଦେବ ନାହିଁ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ମାଟିରେ ଭାରତ ସାମରିକ ଅଭିଯାନ କରିଥିଲା। ଏହି ଆକ୍ରମଣରେ ପାକିସ୍ତାନର ଅନେକ ଆତଙ୍କବାଦୀ ଆଡ୍ଡାସ୍ଥଳ ଧ୍ବଂସ ହେବା ସହ ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ ହୋଇଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories