www.samajalive.in
Friday, December 5, 2025
26.1 C
Bhubaneswar

ଏହି ମନ୍ଦିର ଗଲେ ସରକାରୀ ଚାକିରି ସୁନିଶ୍ଚିତ

ଭାରତରେ ସରକାରୀ ଚାକିରିର ଗୁରୁତ୍ବ ବହୁତ ବେଶୀ। ଯେଉଁ ବ୍ୟକ୍ତି ସରକାରୀ ଚାକିରି କରନ୍ତି ସମାଜରେ ତାଙ୍କର ସମ୍ମାନ ବଢ଼ି ଯାଇଥାଏ। ତେବେ ସରକାରୀ ଚାକିରି ପାଇବା ଏତେ ସହଜ ନୁହେଁ। ଯେତିକି ସରକାରୀ ଚାକିରି ପଦ ବାହାରି ଥାଏ ତାହା ଠାରୁ ବହୁଗୁଣ ଅଧିକ ବ୍ୟକ୍ତି ଆବେଦନ କରିଥାନ୍ତି। ଅନେକ ବ୍ୟକ୍ତି ଜୀବନ ସାରା ଚେଷ୍ଟା କରି ସୁଦ୍ଧା ସରକାରୀ ଚାକିରି ପାଇ ନ ଥାନ୍ତି। ଅନ୍ୟପକ୍ଷରେ ରାଜସ୍ଥାନରେ ଏପରି ଏକ ମନ୍ଦିର ରହିଛି ଯେଉଁ ଠାରେ ପୂଜା କଲେ ସରକାରୀ ଚାକିରି ମିଳିଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ରାଜସ୍ଥାନରେ ଆଣ୍ଟେଲା ଧାମ ନାମକ ଏକ ମନ୍ଦିର ରହିଛି। ସରକାରୀ ଚାକିରି ପାଇବାକୁ ଆଶା ରଖଥିବା ବ୍ୟକ୍ତି ଏଠାକୁ ଆସି ପୂଜା କରିଥାଏ। ଏହି ମନ୍ଦିର ନିକଟରେ ଯେଉଁ ଗାଁ ରହିଛି ସେହି ଗାଁର ପ୍ରତ୍ୟେକ ଘରର କୌଣସି ନା କୌଣସି ସଦସ୍ୟ ସରକାରୀ ଚାକିରି କରିଛନ୍ତି। ତେଣୁ ଏହି ମନ୍ଦିରରେ ପୂଜା କଲେ ସରକାରୀ ଚାକିରି ମିଳେ ବୋଲି ବିଶ୍ବାସ ରହିଛି। ଏଠାରେ ପୂଜା କରି କେତେକ ବ୍ୟକ୍ତି ସରକାରୀ ଚାକିରି ପାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ଏହି ମନ୍ଦିରରେ ପୂଜା କରିବା ନିମନ୍ତେ ଦିନକୁ ଦିନ ଭିଡ଼ ବଢ଼ୁଛି।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories