www.samajalive.in
Thursday, December 11, 2025
16.1 C
Bhubaneswar

ରାଶି ଅନୁଯାୟୀ ଗ୍ରହମାନଙ୍କ ପୂଜା

ଜ୍ୟୋତିଷଶାସ୍ତ୍ରରେ ଅଲଗା ରାଶି ଉପରେ ଭିନ୍ନ ଭିନ୍ନ ଗ୍ରହର ପ୍ରଭାବ ରହିଛି ବୋଲି କୁହାଯାଇଛି। ଏପରି କ୍ଷେତ୍ରରେ ଗ୍ରହମାନଙ୍କ ପୂଜା କରିବା ବେଳେ ବ୍ୟକ୍ତି ନିଜର ରାଶି ଉପରେ ଧ୍ୟାନ ଦେବା ଉଚିତ। ଏପରି କହିବାର କାରଣ ଏହା ଯେ, ଆପଣ ନିଜ ରାଶି ଅନୁଯାୟୀ ପୂଜା କରିବା ଦ୍ବାରା ଏହାର ସୁପ୍ରଭାବ ଆପଣଙ୍କ ଉପରେ ପଡିଥାଏ। ଏପରି ପୂଜା କରିବା ଦ୍ବାରା ଅନେକ ଲାଭ ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନେ କେଉଁ ଗ୍ରହ ପୂଜା କରିବା ଉଚିତ ..

ମେଷ : ମେଷ ରାଶିର ବ୍ୟକ୍ତିମାନେ ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ କୁହାଯାଇଛି। ଏପରି କରିବା ଦ୍ବାରା ଏହି ରାଶିର ବ୍ୟକ୍ତିଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଓ ଧନଲାଭ ହୋଇଥାଏ।

- Advertisement -

ବୃଷ : ଏହି ରାଶିର ବ୍ୟକ୍ତିମାନେ ଶନିଦେବଙ୍କ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ଚାକିରୀ ଓ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

ମିଥୁନ : ମିଥୁନ ରାଶିର ବ୍ୟକ୍ତିମାନେ ଶୁକ୍ରଙ୍କ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ସେମାନଙ୍କର ପାରିବାରିକ ଜୀବନ ଭଲ ରହିଥାଏ।

କର୍କଟ : କର୍କଟ ରାଶିର ବ୍ୟକ୍ତିମାନେ ମଙ୍ଗଳ ଗ୍ରହଙ୍କ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ସେମାନଙ୍କର ନିଜ ଉପରେ ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ।

ସିଂହ : ଏହି ରାଶିର ବ୍ୟକ୍ତିମାନେ ବୃହସ୍ପତିଙ୍କ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କ ମନ ଶାନ୍ତ ଓ ଏକାଗ୍ରତା ବୃଦ୍ଧି ପାଇଥାଏ।

କନ୍ୟା : କନ୍ୟା ରାଶିର ବ୍ୟକ୍ତିମାନେ ବୁଧ ଗ୍ରହଙ୍କ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ପାରିବାରିକ ଶାନ୍ତି ବୃଦ୍ଧି ପାଇଥାଏ।

ତୁଳା : ଏହି ରାଶିର ବ୍ୟକ୍ତିମାନେ ଶନିଙ୍କ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କ କ୍ୟାରିଅର ଓ ଜୀବନରେ ଉନ୍ନତି ପ୍ରାପ୍ତି ହୋଇଥାଏ।

ବିଛା :  ବିଛା ରାଶିର ବ୍ୟକ୍ତିମାନେ ଚନ୍ଦ୍ରଙ୍କ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଓ ଆର୍ଥିକ ସ୍ଥିତିରେ ଉନ୍ନତି ହୋଇଥାଏ।

ଧନୁ : ଏହି ରାଶିର ବ୍ୟକ୍ତିମାନେ ସୂର୍ଯ୍ୟଙ୍କୁ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କ ଭାଗ୍ୟ ସର୍ବଦା ତାଙ୍କ ସପକ୍ଷରେ ରହିଥାଏ।

ମକର : ମକର ରାଶିର ବ୍ୟକ୍ତିମାନେ ଶୁକ୍ରଙ୍କ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ଆର୍ଥିକ ଓ ମାନସିକ ଲାଭ ପ୍ରାପ୍ତି ହୋଇଥାଏ।

କୁମ୍ଭ : ଏହି ରାଶିର ବ୍ୟକ୍ତିମାନେ ବୁଧଙ୍କ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କ ମାନସିକ ଓ ଶାରୀରିକ ସମସ୍ୟା ଦୂର ହୋଇଥାଏ।

ମୀନ : ମୀନ ରାଶିର ବ୍ୟକ୍ତି ଚନ୍ଦ୍ରଙ୍କୁ ପୁଜା କରିବା ଉଚିତ। ଏପରି କରିବା ଦ୍ବାରା ବିବାହରେ ହେଉଥିବା ସମସ୍ୟା ଦୂର ହୋଇଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories