www.samajalive.in
Saturday, December 6, 2025
26.1 C
Bhubaneswar

ନାସାର ନିଦ ଉଡାଇଲା ରୁଷ୍‍: ମହାକାଶ ଷ୍ଟେସନକୁ ଚଲାଇବ ରୋବର୍ଟ

ନୂଆଦିଲ୍ଲୀ: ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବଡ ସଫଳତା ହାସଲ କରିଛି ରୁଷ । ରୁଷୀୟ ମହାକାଶ ଏଜେନ୍ସି ଏକ ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛି ଯାହା ଭବିଷ୍ୟତରେ ମହାକାଶ ଯୁଦ୍ଧର ଦିଗ ନିର୍ଣ୍ଣ କରିପାରିବ । ଏହି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ରୁଷିଆ ଏବେ କୌଣସି ମାନବ ହସ୍ତକ୍ଷେପ ବିନା କକ୍ଷ ଷ୍ଟେସନରୁ ସିଧାସଳକ ମହାକାଶ ଯାନ ଉତକ୍ଷେପଣ କରିପାରିବ । କେବଳ ଏତିକି ନୁହେଁ ଏହି ନୂତନ ରୁଷୀୟ ଅର୍ବିଟାଲ ଷ୍ଟେସନ ମଧ୍ୟ ମଣିଷ ଦ୍ୱାରା ବରଂ ରୋବର୍ଟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ । ରୁଷୀୟ ସମାଚାର ଏଜେନ୍ସି ଟାସ୍‍ ର ରିପୋର୍ଟ ଅନୁଯାୟୀ ରୁଷିଆ ଏହି ସ୍ୱୟଂଚାଳିତ ମହାକାଶ ପ୍ରକ୍ଷେପଣ ଏବଂ ରୋବୋଟିକ୍‍ ରକ୍ଷଣାବେକ୍ଷଣ ପ୍ରଣାଳୀକୁ ମଧ୍ୟ ପେଟେଣ୍ଟ କରିଛି । ଏହା ବିଶ୍ୱର ପ୍ରଥମ ପ୍ରଯୁକ୍ତିବିଦ୍ୟା ହେବ ଯାହା ଭବିଷ୍ୟତରେ ମହାକାଶ ଯୁଦ୍ଧର ଦିଗ ନିର୍ଣ୍ଣୟ କରିପାରିବ ।

ରୁଷିଆର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍‍ ମାଣ୍ଟୁରୋଭ୍‍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍ଙ୍କୁ ଏହି ଅତ୍ୟନ୍ତ ମହତ୍ୱାକାଂକ୍ଷୀ ପ୍ରଯୁକ୍ତିବିଦ୍ୟା ବିଷୟରେ ସୂଚନା ଦେଇଥିଲେ । ମାଣ୍ଟୁରୋଭ୍‍ କହିଛନ୍ତି ଯେ ରୁଷ ୨୦୩୦ ସୁଦ୍ଧା ମଡ୍ୟୁଲ୍‍-ବାଇ-ମଡ୍ୟୁଲ୍‍ ଭାବରେ ନିଜର ଅର୍ବିଟାଲ ଷ୍ଟେସନ ନିର୍ମାଣ କରିବା ଲାଗି ଯୋଜନା ପ୍ରସ୍ତୁତ କରି ଦ୍ରୁତ ଗତିରେ କାମ କରୁଛି । ସେ କହିଛନ୍ତି ରୁଷିଆର ଅର୍ବିଟାଲ ଷ୍ଟେସନ ବିଶ୍ୱର ପ୍ରଥମ ଡ୍ରୋନ୍‍ ପ୍ଲାଟଫର୍ମ ହେବ । ଯାହାର ରକ୍ଷଣାବେକ୍ଷଣ ପାଇଁ ସମ୍ପୂର୍ଣ୍ଣ ଭାବରେ ରୋବର୍ଟ ଉପରେ ନିର୍ଭରଶୀଳ ହେବ । ପୁଟିନ ଏକ ଉଚ୍ଚସ୍ତରୀୟ ବୈଠକ କରି ଏହି ପ୍ରୋଜେକ୍ଟର ସମୀକ୍ଷା କରିଥିଲେ ।

- Advertisement -

ରୁଷ ଏହାର ରୁଷିଆନ୍‍ ଅର୍ବିଟାଲ୍‍ ଷ୍ଟେସନ ନିର୍ମାଣରେ ନିୟୋଜିତ ହୋଇଛି । ଏହାକୁ ୨୦୨୭ରୁ ୨୦୩୩ ମଧ୍ୟରେ ନିକଟବର୍ତ୍ତୀ-ପୋଲାର୍‍ କକ୍ଷପଥରେ ନିୟୋଜିତ କରିବାକୁ ଯୋଜନା କରାଯାଇଛି । ରୁଷର ପ୍ରଥମ ଅଂଶ ଭାବରେ, ୨୦୨୭ ଶେଷ ସୁଦ୍ଧା ବୈଜ୍ଞାନିକ ଏବଂ ଶକ୍ତି ମଡ୍ୟୁଲ୍‍ ଲଞ୍ଚ କରାଯିବ । ଏହାପରେ ୨୦୩୦ ସୁଦ୍ଧା ୟୁନିଭର୍ସାଲ୍‍-ନୋଡ୍‍ ଗେଟୱେ ଏବଂ ବେସ୍‍ ମଡ୍ୟୁଲ୍‍ ଲଞ୍ଚ କରି ମୁଖ୍ୟ ଷ୍ଟେସନର ଗଠନ ପ୍ରସ୍ତୁତ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୨୦୩୧ରୁ ୨୦୩୩ ମଧ୍ୟରେ ଷ୍ଟେସନ ସହିତ ଦୁଇଟି ଟାର୍ଗେଟ୍‍ ମଡ୍ୟୁଲ୍‍ ସଂଯୋଗ କରି ଏହାର କ୍ଷମତାକୁ ଆହୁରି ବୃଦ୍ଧି କରାଯିବ ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories