www.samajalive.in
Sunday, December 14, 2025
16.1 C
Bhubaneswar

ମହାରାଷ୍ଟ୍ର ନିର୍ବାଚନରେ ଜାଲିଆତି ପ୍ରସଙ୍ଗ; ରାହୁଲଙ୍କ ଦାବିକୁ ଇସିଙ୍କ ଖଣ୍ଡନ

ନୂଆଦିଲ୍ଲୀ: ଗତବର୍ଷ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁନର୍ବାର ଅଭିଯୋଗ କରିଛନ୍ତି। ଶନିବାର ଇଣ୍ଡିଆନ ଏକ୍ସପ୍ରେସରେ ନି​‌ଜେ ଲେଖିଥିବା ଏକ ଆଲେଖ୍ୟକୁ ରାହୁଲ ସେୟାର କରିବା ପୂର୍ବକ ଏପରି ଅଭିଯୋଗ କରିଛନ୍ତି। ତେବେ ରାହୁଲଙ୍କ ଏପରି ଅଭିଯୋଗକୁ ନିର୍ବାଚନ ଆୟୋଗ (ଇସି) ଖଣ୍ଡନ କରିଛନ୍ତି। ଇସି କହିଛନ୍ତି ଯେ ନିର୍ବାଚନରେ ପରାସ୍ତ ହେବା ପରେ ଜଣେ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିବା ସମ୍ପୂର୍ଣ୍ଣ ରୂପେ ଅବାସ୍ତବ। ନିର୍ବାଚନ ଆୟୋଗଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ରାହୁଲ ଏପରି ଅଭିଯୋଗ କରିଛନ୍ତି। ୨୦୨୪ ନଭେମ୍ବରରେ ମହାରାଷ୍ଟ୍ର ନିର୍ବାଚନ ହୋଇଥିଲା। ନିର୍ବାଚନ ପରେ ରାହୁଲ ଓ ତାଙ୍କ ଦଳ କଂଗ୍ରେସ ସେତେବେଳେ ମଧ୍ୟ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଥିଲା। ସେତେବେଳେ ମଧ୍ୟ କଂଗ୍ରେସର ପ୍ରତିଟି ଅଭିଯୋଗକୁ ଇସି ଖଣ୍ଡନ କରିବା ପୂର୍ବକ ଉତ୍ତର ଦେଇଥିଲେ। ଆଜି ରାହୁଲ ପୁନର୍ବାର ଅଭିଯୋଗ କରିବା ପରେ ଇସି ତାଙ୍କ ପୂର୍ବ ଉତ୍ତରକୁ ପୁଣି ଥରେ ଜାରି କରିଛନ୍ତି। ମହାରାଷ୍ଟ୍ର ନିର୍ବାଚନ ଶେଷ ପରେ କଂଗ୍ରେସ ନିର୍ବାଚନ ଜାଲିଆତି ନେଇ ଅଭିଯୋଗ କରିବା ପରେ ଡିସେମ୍ବର ୨୪ରେ ଇସି ଏହାର ଉତ୍ତର ଦେଇଥିଲେ। ଇସି ତାଙ୍କ ଉତ୍ତରକୁ ନିଜ ୱେବସାଇଟ୍‌ରେ ଅପଲୋଡ କରିଥିଲେ। ତେବେ ରାହୁଲ ଇସିଙ୍କ ଏହି ଉତ୍ତର ପରେ ନିର୍ବାଚନ ମତଦାନ ସମୟର ସିସି ଟିଭି ଫୁଟେଜ୍‌ ଦେବାଲାଗି ଦାବି କରିଛନ୍ତି।
ରାହୁଲ ତାଙ୍କ ଆଲେଖ୍ୟରେ ଲେଖିଛନ୍ତି ଯେ ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟକୁ ବିଜୟୀ କରିବା ଲାଗି ଏକପ୍ରକାର ଷଡଯନ୍ତ୍ର କରାଯାଇଥିଲା। ସେହିପରି ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ହେଉଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୁକ୍ତ ନିଯୁକ୍ତି ନିୟମରେ ସରକାର ପରିବର୍ତ୍ତନ କରିବା ବିଷୟ ରାହୁଲ ଉଠାଇଛନ୍ତି। ରାହୁଲ କହିଛନ୍ତି ଯେ ନିଯୁକ୍ତି ନିୟମକୁ ସରକାର ପରିବର୍ତ୍ତନ କରି କମିଟିରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ହଟାଇଥିଲେ। ପ୍ରଧାନ ବିଚାରପତିଙ୍କ ସ୍ଥାନରେ ସରକାର ନିଜ ମନୋନୀତ ଜଣେ ମନ୍ତ୍ରୀଙ୍କୁ ସଦସ୍ୟ ରଖିଥିଲେ। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ମୋଟ ୨୮୮ଟି ଆସନରୁ ଏକାକୀ ୧୩୨ଟି ଆସନରେ ବିଜୟୀ ହୋଇଥିବାବେଳେ ଏହାର ଦୁଇ ସହଯୋଗୀ ଏନସିପି ଓ ଶିବସେନା ୯୮ଟି ଆସନରେ ବିଜୟୀ ହୋଇଥିଲେ। ଅନ୍ୟପଟେ କଂଗ୍ରେସ ଓ ଏହାର ଦୁଇ ସହଯୋଗୀ ଶିବସେନା (ୟୁବିଟି) ଓ ଏନସିପି (ଶରଦ ପୱାର) ମିଳିତ ଭାବେ ମାତ୍ର ୪୬ଟି ଆସନରେ ବିଜୟୀ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories