ଡେସ୍କ: ରାଜ୍ୟର ବିଜେପି ସରକାର ଆସନ୍ତା ୨୦ ତାରିଖରେ ଏକ ବର୍ଷ ପୂର୍ତି ଉତ୍ସବ ପାଳନ କରିବେ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଉତ୍ସବରେ ଦେଢ଼ ଲକ୍ଷରୁ ଅଧିକ ଲୋକ ସାମିଲ ହେବେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ତେବେ କେଉଁଠାରେ ଉତ୍ସବ ପାଳନ ହେବ ସେ ନେଇ ଏପର୍ଯ୍ୟନ୍ତ ସ୍ଥାନ ନିରୂପଣ ହୋଇନାହିଁ। ଜୁନ ୧୨ ତାରିଖରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ହେବ। କେବଳ ୨୦ ତାରିଖ ପାଇଁ ସ୍ଥାନ ନିରୂପଣ କରାଯିବ।
Popular Categories



