www.samajalive.in
Friday, December 5, 2025
26.1 C
Bhubaneswar

ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା: ଗିଲ୍‌ଙ୍କ ଆଗରେ ଅନେକ ଆହ୍ବାନ

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଚଳିତ ଜୁନ୍‌ ୨୦ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଖେଳାଯିବ। ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୫-୨୭ ଅନ୍ତର୍ଗତ ଉକ୍ତ ଶୃଙ୍ଖଳା ଉଭୟ ଦଳ ପାଇଁ ଗୁରୁତ୍ବବହନ କରୁଛି।ନୂତନ ଅଧିନାୟକ ଶୁଭମନ ଗିଲ୍‌ଙ୍କ ନେତୃତ୍ବ​‌େ​ର ଖେଳିବାକୁ ଯାଉଛି ଭାରତ। ସବୁଠାରୁ ବଡ଼ କଥା ହେଉଛି ଭାରତୀୟ କ୍ରିକେଟର ଦୁଇ ତାରକା ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ ​କ୍ରିକେଟରୁ ଅବସର ନେବ​‌ା ପରେ ଭାରତୀୟ ଦଳ ପାଇଁ ଏହା ପ୍ରଥମ ଟେ​‌ଷ୍ଟ ଶୃଙ୍ଖଳା ହେବ। ବିଦେଶରେ ଭାରତ ଶୁଭମନ ଗିଲଙ୍କ ଅଧିନାୟକତ୍ବରେ ବିରାଟ ଓ ରୋହିତଙ୍କ ବିନା ଖେଳିବ। ଯାହା ବଡ଼ ଆହ୍ବାନ ହେବ ବୋଲି ପୂର୍ବତନ କ୍ରିକେଟରମାନେ ପୂର୍ବାନୁମ​‌ାନ କରିଛନ୍ତି। ବିରାଟ ଟେଷ୍ଟ କ୍ରିକେଟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ। ୪ ନମ୍ବର ସ୍ଥାନରେ ବିରାଟ ବେଶ ଶକ୍ତିଶାଳୀ ଥିଲେ। ତାଙ୍କ ଅନୁପସ୍ଥିତିକୁ ଦଳ ନିଶ୍ଚିତ ଅନୁଭୂତ କରିବ। ବିରାଟଙ୍କ ୪ ନମ୍ବର ସ୍ଥାନକୁ ପୂରଣ କରିବା ଅନ୍ୟ କ୍ରିକେଟରମାନଙ୍କ ଲାଗି ଏତେ ସହଜ ହେବ ନାହିଁ। କରୁଣ ନାୟର, ସାଇ ସୁଦର୍ଶନ ଓ ଶୁଭମନ ଗିଲ୍‌ଙ୍କ ମଧ୍ୟରୁ ଜଣେ ଇଂଲଣ୍ଡ ବିପକ୍ଷ ଟେ​‌ଷ୍ଟ ଶୃଙ୍ଖଳାରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ନେଇ ଆଶା କରାଯାଉଛି। ରୋହିତ ଓପନିଂରେ ମଧ୍ୟ ଜ​‌େ​‌ଣ ପ୍ରଭାବୀ ଖେଳାଳି ଥିଲେ। ଟେଷ୍ଟ କ୍ରିକେଟରେ ରୋହିତଙ୍କ ପ୍ରଦର୍ଶନ ସେଭଳି ଉଲ୍ଲେଖନୀୟ ନଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତି ନିଶ୍ଚିତ ଭାରତୀୟ ଦଳକୁ ଅନୁଭୂତ ହେବ।

ଦଳରେ, ଲୋକେଶ ରାହୁଲ, ଶୁଭମନ ଗିଲ୍‌, ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ଅଭିଜ୍ଞ ଓ ଯଶସ୍ବୀ ଜୟସୱାଲ, କରୁଣ ନାୟର, ଧ୍ରୁବ ଜୁରେଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ବରନ, ନୀତିଶ କୁମାର ରେଡ୍ଡିଙ୍କ ଭଳି ଯୁବ କ୍ରିକେଟର ରହିଛନ୍ତି। ଯୁବ କ୍ରିକେଟରମାନଙ୍କ ଲାଗି ଏବେ ପ୍ରତିଭା ପ୍ରଦର୍ଶନ କରିବାର ବଡ଼ ସୁଯୋଗ ସୃଷ୍ଟି ହୋଇଛି। ଇଂଲଣ୍ଡ ଭଳି ଫାଷ୍ଟ ପିଚରେ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ନିଶ୍ଚିତ ଆହ୍ବାନ ରହିବ। ବୋଲିଂ ବିଭାଗକୁ ଦେଖିବାକୁ ଗଲେ ସାର୍ଦୁଳ ଠାକୁର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଆକାଶ ଦୀପ୍‌ ଓ କୁଳଦୀପ୍‌ ଯାଦବ ରହିଛନ୍ତି। ଭାରତୀୟ ଦଳ ପାଇଁ ଏବେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି। ବୁମ୍‌ରା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ସମସ୍ତ ମ୍ୟାଚ ଖେଳିବା ନେଇ ଆଶଙ୍କା ରହିଛି। ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ଜୁନ୍‌ ୨୦ରୁ ୨୪ ପର୍ଯ୍ୟନ୍ତ ହେଡିଂଲେର ଲିଡ୍‌ସରେ ଖେଳାଯିବାବେଳେ ଜୁଲାଇ ୨ରୁ ୬ ପର୍ଯ୍ୟନ୍ତ ବର୍ମିଂହାମରେ ଦ୍ବିତୀୟ, ଜୁଲାଇ ୧୦ରୁ ୧୪ ପର୍ଯ୍ୟନ୍ତ ଲର୍ଡସରେ ତୃତୀୟ, ଜୁଲାଇ ୨୩ରୁ ୨୭ ପର୍ଯ୍ୟନ୍ତ ଚତୁର୍ଥ ଟେଷ୍ଟ ମାଞ୍ଚେଷ୍ଟରରେ ଓ ଜୁଲାଇ ୩୧ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଅନ୍ତିମ ଟେଷ୍ଟ ଓଭାଲରେ ଖେଳାଯିବ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories