www.samajalive.in
Saturday, December 6, 2025
23.1 C
Bhubaneswar

ଅନ୍ତର୍ଜାତୀୟ ଅଦାଲତରେ କୁଲ୍‍ଭୂଷଣ ମାମଲା: ଫେବୃଆରୀ ୧୮ରୁ ଶୁଣାଣି

ନୂଆଦିଲ୍ଲୀ: ଫେବୃଆରୀ ୧୮ରୁ ୪ ଦିନ ପର୍ଯ୍ୟନ୍ତ କୁଲ୍‍ଭୂଷଣ ଯାଦବ ମାମଲାର ସାର୍ବଜନୀନ ଶୁଣାଣି କରିବେ ଅନ୍ତର୍ଜାତୀୟ ଅଦାଲତ । ଜାତିସଂଘର ଏହି ସର୍ବୋଚ୍ଚ ଅଦାଲତରେ ଭାରତ ଓ ପାକିସ୍ତାନ ପକ୍ଷରୁ ଜବାବ୍‍ ସୁଆଲ୍‍ ଦାଖଲ କରାଯିବ। ଭାରତ ପକ୍ଷରୁ ହରୀଶ ସାଲ୍‍ଭେ ପ୍ରଥମେ ଯୁକ୍ତି ଉପସ୍ଥାପନ କରିବେ। ପାକିସ୍ତାନ ପଟୁ ଖୱର୍‍ କୁରେସି ମଙ୍ଗଳବାର ଦିନ ଯୁକ୍ତି ବାଢ଼ିବେ। ୨୦୧୭ ମସିହାରେ ସନ୍ତ୍ରାସବାଦ ଏବଂ ଗୁପ୍ତଚର ବୃତ୍ତିରେ ଲିପ୍ତ ଅଭିଯୋଗରେ ପାକିସ୍ତାନର ଏକ ସାମରିକ ଅଦାଲତ ୪୮ ବର୍ଷ ବୟସ୍କ କୁଲଭୂଷଣଙ୍କୁ ଦେଇଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତ ‘ଦି ହେଗ୍‍’ସ୍ଥିତ ଅନ୍ତର୍ଜାତୀୟ ଅଦାଲତରେ ଅଭିଯୋଗ କରିଥିଲା। ୧୦ ଜଣ ସଦସ୍ୟ ବିଶିଷ୍ଟ ଅନ୍ତର୍ଜାତୀୟ ଅଦାଲତର ବିଚାରକମଣ୍ଡଳୀ ମାମଲା ଫଇସଲା ନ ହେବା ପର୍ୟ୍ୟନ୍ତ କୁଲ୍‍ଭୂଷଣ ଯାଦବଙ୍କୁ ଫାଶି ଦଣ୍ଡ ନ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଇରାନ୍‍ ପଟୁ କୁଲଭୂଷଣ ୨୦୦୬ ମାର୍ଚ୍ଚ ୩ ତାରିଖ ଦିନ ବାଲୁଚିସ୍ତାନ ପ୍ରଦେଶରେ ପ୍ରବେଶ କଲା ପରେ ତାଙ୍କୁ ଗିରଫ କରାଯାଇଥିବା ପାକିସ୍ତାନ କହିଥିବା ବେଳେ, ନୌବାହିନୀରୁ ଅବସର ନେଇଥିବା କୁଲଭୂଷଣ ଯାଦବ ବ୍ୟବସାୟ ପାଇଁ ଇରାନ୍‍ ଯାଇଥିଲାବେଳେ ତାଙ୍କୁ ସେଠାରୁ ଅପହରଣ କରି ନିଆଯାଇଛି ବୋଲି ଭାରତ କହିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories