www.samajalive.in
Monday, December 8, 2025
24.1 C
Bhubaneswar

ପିପିଲିରେ ବର୍ଷକର ରିପୋର୍ଟ କାର୍ଡ ପ୍ରଦାନ କଲେ ସାଂସଦ

ପିପିଲି: ଭାଜପା ପାଳନ କରୁଛି ବିଜୟ ଉତ୍ସବର ଏକ ବର୍ଷ ପୂର୍ତ୍ତି । ପିପିଲି ଦାଣ୍ଡମୁକୁନ୍ଦପୁର ବାଲିପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଜନତାଙ୍କ ଆଶୀର୍ବାଦ କାମନା କରିଛନ୍ତି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ସାଂସଦ ଡ. ସମ୍ବିତ ପାତ୍ର । ଗତ ଏକ ବର୍ଷ ମଧ୍ୟରେ ପିପିଲି ନିର୍ବାଚନ ମଣ୍ଡଳୀରେ ଗୁଣ୍ଡାରାଜର ଅବସାନ ଘଟିଛି । ସମସ୍ତଙ୍କ ସହଯୋଗରେ ନିର୍ବାଚନମଣ୍ଡଳୀରେ ଶାନ୍ତି ଓ ପ୍ରଗତିର ଧାରା ଜାରି ରହିବ। ଦୟାନଦୀର ସୁଦୃଢିକରଣ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ପିପିଲି ଓ ଡେଲାଙ୍ଗ ବ୍ଳକର ଜଳବନ୍ଦୀ ସମସ୍ୟାର ସମାଧାନ ଖୁବ୍ଶିମଘ୍ର ହେବାକୁ ଯାଉଛି ବୋଲି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ସାଂସଦ ଅପରେସନ ସିନ୍ଦୁରର ସଫଳତା ସଂପର୍କରେ ଆଲୋକପାତ କରିବା ସହ ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ବୋଲି କହିଥିଲେ ।
ଏହି ଅବସରରେ ସେ ନିଜର ଏକବର୍ଷର ରିପୋର୍ଟ କାର୍ଡକୁ ଉନ୍ମୋଚନ ସହ ସାର୍ବଜନୀନ କରିଥିଲେ। ସମସ୍ତଙ୍କ ଘରକୁ ପାନୀୟଜଳ ଓ ପ୍ରତ୍ୟେକ କୃଷିକ୍ଷେତ୍ରକୁ ପାଣି ପହଞ୍ଚାଇବା ପାଇଁ ଏକ ବୃହତ ପ୍ରକଳ୍ପ ପାଇଁ ଯୋଜନା କରାଯାଉଥିବା ସଂପର୍କରେ ସେ ସୂଚନା ଦେବାସହ ଏକବର୍ଷ ମଧ୍ୟରେ ପୁରୀ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶ ସଂପର୍କରେ ଆଲୋକପାତ କରିଥିଲେ ।
ପୁରୀରେ ବିମାନବନ୍ଦର ନିର୍ମାଣ ହେବାଦ୍ୱାରା ଅଞ୍ଚଳର ବିକାଶ ହେବ ବୋଲି ସେ କହିଥିଲେ । କଣାସ ରେଳଷ୍ଟେସନର ଉନ୍ନତିକରଣ କରାଯିବା ସହ ସଂସଦୀୟ କ୍ଷେତ୍ରରେ ହେବାକୁ ଥିବା ବିଭିନ୍ନ ବିକାଶ କାର‌୍ୟ୍ୟ ସଂପର୍କରେ ସୂଚନା ଦେଇଥିଲେ ।
ପିପିଲିରୁ ଡେଲାଙ୍ଗ ଯାଇଥିବା ଡ୍ରେନେଜ୍‍ ଉପରେ ଖୁବ୍ଶିବଘ୍ର ଚେକ୍ଡ୍ୟାକମ ନିର୍ମାଣ କରାଯାଇ କୃଷିକ୍ଷେତ୍ରକୁ ଜଳଯୋଗାଣ କରାଯିବ ବୋଲି ବିଧାୟକ କହିଛନ୍ତି । ଅଞ୍ଚଳରେ ଶାନ୍ତି ଓ ପ୍ରଗତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories