mission shakti banner

ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

BSKY banner  750×100
0

କଲମପୁର: ମୋଟେର ଜୟପାଟଣା ମୁଖ୍ୟ ରାସ୍ତାରେ ଥିବା ବିଜମରା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି ।
ପ୍ରାପ୍ତ ସୂଚନା ଅନୁସାରେ ଗତ ବୁଧବାର ବିଳମ୍ବିତ ରାତିରେ କଲମପୁର ବ୍ଲକ ଅଧିନସ୍ଥ ବିଜମରା ଗ୍ରାମର ଦିନେଶ ଅଗ୍ରୱାଲଙ୍କ ବାପା ମା ଅନ୍ୟତ୍ର ଯାଇଥିବା ବେଳେ ଦିନେଶ ମିଲରେ ଥିଲେ । ଅନ୍ୟ ଏକ କୋଠରୀରେ ଦିନେଶଙ୍କ ବଡ ଭାଇ ଶୋଇଥିବା ବେଳେ ଘରର ଏକ ଝରକାକୁ ଭାଙ୍ଗି ଦେଇ କିଛି ଦୁର୍ବୃତ ଘରେ ପଶି ଏକ ଆଲମାରୀକୁ ଭାଙ୍ଗି ସେଥିରେ ଥିବା ପ୍ରାୟ ୨୦ ଭରି ସୁନା ଅଳଙ୍କାର ଚୋରି କରି ନେଇ ଯାଇଛନ୍ତି । ଦିନେଶଙ୍କ ମାଁ ଙ୍କ ସମସ୍ତ ସୁନା ଗହଣା ହେଇଥିବାରୁ ତାଙ୍କ ଶାରିରୀକ ଅସୁସ୍ଥତା କାରଣରୁ ସୁନାଗହଣା କେତେ ଥିଲା ସଠିକ ଆକଳନ କରାଯାଇ ପାରିନଥିବା ଦିନେଶ ସୁଚନା ଦେଇଛନ୍ତି ।  ଖବର ପାଇ ଜୟପାଟଣା ଥାନା ଅଧିକାରୀ ଶୁସିଳ କୁମାର ସାହୁ ଓ ଅନୁସନ୍ଧାନୀ କୁକୁର ସହ ବିଶେଷଜ୍ଞଙ୍କ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ଗତ କିଛି ଦିନ ତଳେ ଏହି ଗାଁର ବିଭିନ୍ନ ଦୋକାନ ଗୁଡିକରୁ ରିତି ମତ ଚୋରି ହେଉଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହେଉଥିଲା । କିନ୍ତୁ ପୁଲିସ ପ୍ରଶାସନର ନିରବତା କାରଣରୁ ପୁଣି ଘରର ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶିବାର ସାହାସ କରିଛନ୍ତି ବୋଲି ସ୍ଥାନୀୟଲୋକେ କହିଛନ୍ତି ।

Leave A Reply