www.samajalive.in
Monday, December 8, 2025
13.1 C
Bhubaneswar

ଧାନମଣ୍ଡି ଓ କୃଷକ ବିଶ୍ରାମ ଗୃହର ଶିଳାନ୍ୟାସ

ଆଠଗଡ : ଆଠଗଡ  ନିଜିଗଡ ପ୍ରାଥମିକ କୃଷି ସେବା ସମବାୟ ସମିତି ଆନୁକୂଲ୍ୟରେ ଏକ ଧାନ କ୍ରୟ କେନ୍ଦ୍ର ଓ କୃଷକ ବିଶ୍ରାମ ଗୃହ ପାଇଁ ମଙ୍ଗଳବାର ଶିଳାନ୍ୟାସ ହୋଇଯାଇଛି । ନିଜିଗଡ ସମବାୟ ସମିତିର ସଭାପତି ରଶ୍ମିତା ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ଭାବେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଯୋଗଦେଇ ଏହି ଧାନମଣ୍ଡି ଓ କୃଷକ ବିଶ୍ରାମ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଉଦ୍ୟମ କ୍ରମେ ଏଥିପାଇଁ ୪୯ ଲକ୍ଷ ଟଙ୍କା ମଞ୍ଜୁର ହୋଇ ରହିଥିଲା ବୋଲି ମୁଖ୍ଯ ଅତିଥି ପ୍ରକାଶ କରିବା ସହ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଆଠଗଡ ନିଜିଗଡ ସମିତିର ନିଜସ୍ବ ପୁରୁଣା କାଠ ଗୋଲା ଥିବା ସ୍ଥାନରେ ଏହି ନୂତନ ଧାନ କ୍ରୟ କେନ୍ଦ୍ର ଓ କୃଷକ ବିଶ୍ରାମ ଗୃହ ପୂର୍ତ୍ତ ବିଭାଗ ତତ୍ତ୍ବାବଧାନରେ ନିର୍ମାଣ ହେବ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମିତିର ଉପସଭାପତି କଲ୍ୟାଣ ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ଦାସ, ରାଜେନ୍ଦ୍ର ନାରାୟଣ ଦେଓ, ନରେନ କୁମାର ନନ୍ଦ, ନିହାର ରଞ୍ଜନ ନାୟକ, ଜଗଦୀଶ ବେହେରା, ମୃତ୍ୟୁଞ୍ଜୟ ରଣା, ରଞ୍ଜୁବାଳା ସେଠୀ, ସନ୍ଧ୍ୟାରାଣୀ ଗୋସ୍ବାମୀ ପ୍ରମୁଖ ଯୋଗ ଦେଇ ଏହି ନୂତନ ଧାନ କ୍ରୟ କେନ୍ଦ୍ର ଓ ବିଶ୍ରାମ ଗୃହ ନିର୍ମାଣ ଦ୍ବାରା ଆଠଗଡ ସହରାଞ୍ଚଳ କୃଷକମାନେ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଥିଲେ। ସ୍ଵତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ସମାଜସେବୀ ପ୍ରକାଶ ରାଉତ ଓ ଶିଶିର ପ୍ରସାଦ ମାନସିଂହ ଯୋଗଦାନ କରିଥିଲେ । ପରିଶେଷରେ ସମିତିର ସମ୍ପାଦକ ନୟନା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଆଇପିଏଲ ଟି-୨୦ ଫାଇନାଲ: ଜାଣନ୍ତୁ, କେଉଁ ବର୍ଷ ଟାଇଟଲ ଜିତିଥିଲେ କେଉଁ ଦଳ

- Advertisement -

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories