ଅହମଦାବାଦ : ଆଇପିଏଲ୍ ଫାଇନାଲରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ ୧୯୧ ରନର ଲକ୍ଷ୍ୟ ଦେଇଛି । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ମୁକାବିଲାରେ ବେଙ୍ଗାଲୁରୁ ତରଫରୁ ବିରାଟ କୋହଲି ୩୫ ବଲରେ ୪୩ ରନ୍ କରିଥିଲେ । ତାଙ୍କ ବ୍ୟତୀତ କୌଣସି ବ୍ୟାଟର ୩୦ ରନ୍ ପାର୍ କରିପାରିନଥିଲେ । ପଞ୍ଜାବ ତରଫରୁ ଜେମିସନ ୩ ଓ ଅର୍ଶଦୀପ ୩ ଓ୍ବିକେଟ୍ ନେଇଛନ୍ତି ।



