ପାଟଣା : ଦେଶର ଲୋକପ୍ରିୟ ଶିକ୍ଷକ ତଥା ୟୁଟ୍ୟୁବର ଖାନ୍ ସାର୍ ନିଜ ବିବାହ ପରେ ପାଟଣାରେ ବିବାହ ଭୋଜିର ଆୟୋଜନ କରିଛନ୍ତି । ଏହି ଅବସରରେ ସାରା ଦେଶର ଶିକ୍ଷକ ତଥା ଅନେକ ନେତା ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କ ପତ୍ନୀ ଏଏସ୍ ଖାନ୍ ପ୍ରଥମ ଥର ସାମ୍ନାକୁ ଆସିଥିଲେ । ପୂର୍ବରୁ କେବଳ ଖାନ୍ ସାର ବିବାହ କରିଥିବା ଜଣାପଡିଥିଲା କିନ୍ତୁ ତାଙ୍କ ପତ୍ନୀଙ୍କ ସମ୍ପର୍କରେ ଖାନ୍ ସାର୍ କୌଣସି ଖୁଲାସା କରିନଥିଲେ ।

ଖାନ୍ ସାରଙ୍କ ପତ୍ନୀ ଏଏସ୍ ଖାନ୍ ବିହାରର ସିଭାନ ଜିଲାର । ଗଣମାଧ୍ୟମ ସୂଚନା ଅନୁସାରେ ସେ ଜଣେ ସରକାରୀ କର୍ମଚାରୀ ବୋଲି କୁହାଯାଉଛି । ୨ ଜୁନରେ ପାଟଣାରେ ବିବାହ ଭୋଜି ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଜଣାଶୁଣା ନେତା ଓ ଅନେକ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ ।
କହିରଖୁଛୁ ଛାତ୍ରଛାତ୍ରୀଙ୍କ ପ୍ରିୟ ଖାନ ସାରଙ୍କୁ ୨ କୋଟିରୁ ଅଧିକ ଲୋକ ୟୁଟ୍ୟୁବରେ ଫଲୋ କରନ୍ତି । ୧୯୯୩ ମସିହାରେ ସେ ଉତ୍ତର ପ୍ରଦେଶର ଦେବରିୟା ଜିଲାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ସେ ନିଜ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ । ବିଏସସି ଏବଂ ଏମଏସସି ପରେ ସେ ଭୁଗୋଳରେ ଏମଏ ମଧ୍ୟ କରିଛନ୍ତି । ତାଙ୍କ ବିବାହ କାର୍ଯ୍ୟକ୍ରମ ସମସ୍ତଙ୍କୁ ଖୁସି କରିଛି ଏବଂ ସମସ୍ତେ ଏହି ଭିଡିଓ ଓ ଫଟୋକୁ ସେୟାର କରୁଛନ୍ତି ।



