www.samajalive.in
Friday, December 12, 2025
15.1 C
Bhubaneswar

ଟାଟାର ଏହି ନୂଆ ଇ-କାର୍ ଯିବ ୬୦୦ କିଲୋମିଟର, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ଟାଟା ମୋଟର୍ସ ନିଜ ବହୁ ପ୍ରତୀକ୍ଷିତ ଇ-ଏସୟୁଭି ହ୍ୟାରିୟର ଇଭିକୁ ଭାରତୀୟ ବଜାରରେ ଲଞ୍ଚ୍ କରିଦେଇଛି । କହିରଖୁଛୁ ଜାନୁୟାରୀରେ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସୋ ୨୦୨୫ରେ ଟାଟା ହ୍ୟାରିୟର ଇଭିକୁ ଶୋକେସ୍ କରାଯାଇଥିଲା । ଗ୍ରାହକଙ୍କୁ ଟାଟା ହ୍ୟାରିୟର ଇଭିରେ ୬୦୦ କିଲୋମିଟରରୁ ଅଧିକ ଡ୍ରାଇଭିଂ ରେଞ୍ଜ ମିଳିବ । ହ୍ୟାରିୟର ଇଭିର ବୁକିଂ ୨ ଜୁଲାଇରୁ ଆରମ୍ଭ ହେବ । କମ୍ପାନୀ ଏହାକୁ ଭାରତୀୟ ବଜାରରେ ୨୧.୪୯ ଲକ୍ଷ ଟଙ୍କାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମରେ ଲଞ୍ଚ୍ କରିଛି ।

ଏହାର କ୍ୟାବିନରେ ଡୁଆଲ ଟୋନ୍ ଡ୍ୟାଶବୋର୍ଡ ଦିଆଯାଇଛି ଯେଉଁଥିରେ ୧୪.୫୩ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ସ୍କ୍ରିନ୍ ରହିଛି । ଏହାର ରାଇଟ୍ ସାଇଡରେ ଏକ ଡିଜିଟାଲ ଡ୍ରାଇଭର ଡିସପ୍ଲେ ରହିଛି । ଏହା ବ୍ୟତୀତ ଫିଚର୍ ରୂପେ ଟାଟା ହ୍ୟାରିୟର ଇଭିରେ ପାନାରମିକ ସନରୁଫ୍, ଆମ୍ବିଆଣ୍ଟ ଲାଇଟିଂ, ଭେଣ୍ଟିଲେଟେଡ୍ ଆଣ୍ଡ୍ ପାଓ୍ବର୍ଡ ଫ୍ରଣ୍ଟ ସିଟ୍, ୧୦ ସ୍ପିକ୍ ଜେବିଏଲ୍ ସାଉଣ୍ଡ ସିଷ୍ଟମ ଓ ଅଲ୍ ଡିଜିଟାଲ ଇନସାଇଡ୍ ରିୟର ଭ୍ୟୁମିରର ମଧ୍ୟ ଦିଆଯାଇଛି ।

- Advertisement -

ଏଥିରେ ୨ଟି ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି ଯେଉଁଥିରେ ୬୫କିଲୋଓ୍ବାଟ୍ ଓ ୭୫ କିଲୋଓ୍ବାଟର ବ୍ୟାଟେରୀ ରହିଛି । ୭୫ କିଲୋଓ୍ବାଟର ବ୍ୟାଟେରୀ ପ୍ୟାକ୍ ସହିତ ଗ୍ରାହକ ଥରେ ଚାର୍ଜ କରି ୬୨୭ କିଲୋମଟିର ଡ୍ରାଇଭିଂ ରେଞ୍ଜ ପାଇପାରିବେ । ତେବେ ରିୟଲ ଓ୍ବର୍ଲ୍ଡ ମାଇଲେଜ୍ ୪୮୦ରୁ ୫୦୫ କିଲୋମିଟର । ସାଧାରଣ ଚାର୍ଜରରେ ପ୍ରାୟ ୧୦ ଘଣ୍ଟା ଲାଗୁଥିବାବେଳେ ୧୨୦ କେଡବ୍ଲୁ ଡିସି ଫାଷ୍ଟ ଚାର୍ଜରରେ ଏସୟୁଭିର ବ୍ୟାଟେରୀ ୨୫ ମିନିଟରେ ୨୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯାଏ ।

ଏପରି ଜିଓ ହଟ୍‍ଷ୍ଟାରରେ ମାଗଣାରେ ଦେଖନ୍ତୁ ଆଇପିଏଲ ଫାଇନାଲ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories