www.samajalive.in
Saturday, December 6, 2025
16.1 C
Bhubaneswar

ବାଇକକୁ ପିଟିଲା କାର ; ୩ ଗୁରୁତର

ପାଳଲହଡା : ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଦୂର୍ଘଟଣା ଘଟିଛି। ଏକ ବାଇକକୁ କାର ଧକ୍କା ଦେବା ଫଳରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ରବିବାର ଦିନ ୧.୩୦ ମିନିଟ ସମୟରେ ପାଳଲହଡା ପଟୁ ଗୋଟିଏ ବାଇକରେ ବାଂଖୋଲ ଗ୍ରାମର ଲକ୍ଷଣ ବେହେରା , ମାଆ ରୁକ୍କୁଣି ବେହେରା ଓ ସ୍ତ୍ରୀ ଅମ୍ବିକା ବେହେରା ନିଜ ଘରକୁ ଫେରୁଥିଲେ। ଅନ୍ୟ ପାଖରୁ ଏକ କାର ବାଇକକୁ ମୁହାଁ ମୁହି ଧକ୍କା ଦେଇଥିଲା। ପାଳଲହଡା ଥାନାଧିକାରୀ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣ ଗୁରୁତରଙ୍କୁ ଉଦ୍ଧାର କରି ପାଳଲହଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଦୁର୍ଘଟଣା ଘଟାଇଥିବା କାର ଚାଳକକୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରୁଥିବା ଜଣା ପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories