www.samajalive.in
Saturday, December 6, 2025
23.1 C
Bhubaneswar

କରୋଲବାଗ ହୋଟେଲ ଅଗ୍ନିକାଣ୍ଡ ଘଟଣା: ମାଲିକ ଓ ଦୁଇ ସହଯୋଗୀ ଗିରଫ

ନୂଆଦିଲ୍ଲୀ: କରୋଲବାଗର ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୭ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ହୋଟେଲର ମାଲିକ ରାକେଶ ଗୋଏଲଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଇନ୍ଦିରାଗାନ୍ଧୀ ଅନ୍ତର୍ଜାତିୟ ବିମାନବନ୍ଦରରୁ ଦିଲ୍ଲୀ ପୁଲିସ କ୍ରାଇମ୍‍ବ୍ରାଞ୍ଚ ରାକେଶ ଗୋଏଲଙ୍କୁ ଗିରଫ କରିଛି। ଅପରାଧ ଶାଖା ଉପ ପୁଲିସ କମିଶନର ରାଜେଶ ଦେଓ କହିଛନ୍ତି, ଶ୍ରୀ ଗୋଏଲ କତ୍ତାରକୁ ପଳାଇବାକୁ ଉଦ୍ୟମ କରୁଥିବା ଖବର ପାଇବା ପରେ ତାଙ୍କୁ ଗିରଫ କରାଯାଇଛି। ଶ୍ରୀ ଗୋଏଲଙ୍କ ବିରୁଦ୍ଧରେ ଲୁକ୍‍ଆଉଟ୍‍ ସର୍କୁଲାର ଜାରି କରାଯାଇଥିବାରୁ ଇମିଗ୍ରେସନ ଅଧିକାରୀମାନଙ୍କୁ ସତର୍କ କରାଯାଇଥିଲା। ଶ୍ରୀ ଗୋଏଲ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଅଟକ ରଖାଯାଇଥିଲା ଓ କ୍ରାଇମ୍‍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ରବିବାର ସଂଧ୍ୟାରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଏହି ଘଟଣାରେ ପୁଲିସ ହୋଟେଲର ଜେନେରାଲ ମ୍ୟାନେଜର ରାଜେନ୍ଦ୍ର କୁମାର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ବିକାଶ କୁମାରଙ୍କୁ ମଧ୍ୟ ଗିରଫ କରିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ ସେହି ହୋଟେଲଟି ଅନୁମୋଦିତ ଉଚ୍ଚତା ଠାରୁ ଅଧିକ ଉପରକୁ ନିର୍ମାଣ କରାଯାଇଛି ଏବଂ ଉପର ମହଲାକୁ ଭଡା ସୂତ୍ରରେ ଦିଆଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories