www.samajalive.in
Friday, December 12, 2025
14.1 C
Bhubaneswar

୧୨ବର୍ଷ ପରେ ବୃହସ୍ପତି ଏବଂ ବୁଧଙ୍କ ଦୁର୍ଲଭ ସଂଯୋଗ; ୪ଟି ରାଶି ହେବେ ମାଲାମାଲ, ବଢିବ ବ୍ୟାଙ୍କ ବାଲାନ୍ସ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ବୁଧ, ଜୁନ ୬ ଶୁକ୍ରବାର ଦିନ ମିଥୁନରେ ଗୋଚର କରିବାକୁ ଯାଉଛନ୍ତି ଏବଂ ଏହି ରାଶିରେ ପୂର୍ବରୁ ଦେବତାଙ୍କ ଗୁରୁ ଉପସ୍ଥିତ ରହିଛନ୍ତି । ୧୨ବର୍ଷ ପରେ ବୁଧ ଏବଂ ବୃହସ୍ପତି ମିଥୁନରେ ମିଳନ କରୁଛନ୍ତି । ବୃହସ୍ପତି ପ୍ରାୟ ୧୨ବର୍ଷ ପାଇଁ ଗୋଟିଏ ରାଶିରେ ରୁହନ୍ତି । ତେଣୁ ବୃହସ୍ପତିଙ୍କୁ ସମାନ ରାଶିକୁ ଫେରିବାକୁ ୧୨ବର୍ଷ ସମୟ ଲାଗିଥାଏ । ଗୋଟିଏ ପଟେ ଯେତେବେଳେ ବୁଧ ନିଜ ରାଶି ମିଥୁନରେ ଗୋଚର କରି ଭାଦ୍ର ରାଜଯୋଗ ସୃଷ୍ଟି କରୁଛନ୍ତି । ସେପଟେ ସେହି ରାଶିରେ ବୃହସ୍ପତି ସହିତ ସଂଯୋଗ ମଧ୍ୟ ସୃଷ୍ଟି ହୋଇଛି । ଯାହା ଫଳରେ ତୁଳା ସମେତ ୪ଟି ରାଶିକୁ ବହୁତ ଲାଭ ମିଳିବ । ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଭାଗ୍ୟଶାଳୀ ଏବଂ ବିଦେଶ ଭ୍ରମଣର ସଂଯୋଗ ମଧ୍ୟ ଅଛି ।

ମିଥୁନ: ବୁଧ ଏବଂ ବୃହସ୍ପତିଙ୍କ ସଂଯୋଗ ଏହି ରାଶିରେ ସୃଷ୍ଟି ହେବାକୁ ଯାଉଛି । ଏହା ବେଶ ଲାଭଦାୟକ ହେବ । ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ଅଫିସରେ ଅନୁକୂଳ ଫଳାଫଳ ମିଳିବ । ନୂତନ ଚାକିରି ପ୍ରସ୍ତାବ ମିଳିପାରେ । ଯଦି ଆପଣ ଦୂର ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ସଫଳ ହେବେ । ବ୍ୟବସାୟୀଙ୍କ ପାଇଁ ଭାଗ୍ୟ ଖୋଲିବ । ଭାଗ୍ୟବାନ ହେବେ ଏବଂ ଭଲ ରୋଜଗାର କରିବେ । ଯଦି କିଛି କୋର୍ଟ ମାମଲାରେ ଫସିଛନ୍ତି ତେବେ ଗ୍ରହମାନଙ୍କର ଶୁଭ ପ୍ରଭାବ ଆପଣଙ୍କୁ ଏହି ଚିନ୍ତାରୁ ଦୂର କରିବ ।
କନ୍ୟା : ବୁଧ ଆପଣଙ୍କ ରାଶିର କର୍ତ୍ତା ଏବଂ ବୃହସ୍ପତି ଓ ବୁଧଙ୍କ ସଂଯେ୍ଧଜ୍ଞ ଶୁଭ ପ୍ରଭାବ ଯୋଗୁ ଆପଣ କୌଣସି ସମ୍ପତ୍ତିର ମାଲିକ ହୋଇପାରିବେ । ଯଦି ଆପଣ ଭଡା ଘରେ ରହୁଛନ୍ତି, ତେବେ ବୃହସ୍ପତି ଏବଂ ବୁଧଙ୍କ ଶୁଭ ପ୍ରଭାବ ଯୋଗୁ ଶୀଘ୍ର ଏକ ଘର କିମ୍ବା ଫ୍ଲାଟ କିଣିପାରିବେ । ଏହା ବ୍ୟତୀତ, ଆପଣ କାମରେ ଦ୍ରୁତ ଗତିରେ ଅଗ୍ରଗତି କରିବେ ଏବଂ ସଫଳତା ପାଇବେ । ଚାକିରି କରୁଥିବା ବ୍ୟକ୍ତିମାନେ ଜୁନ ମାସରେ ଭଲ ମୂଲ୍ୟାଙ୍କନ ପାଇପାରିବେ । ବୃହସ୍ପତି ଏବଂ ବୁଧଙ୍କ ଶୁଭ ପ୍ରଭାବ ଯୋଗୁଁ କନ୍ୟା ରାଶିର ଲୋକମାନେ ଆର୍ଥିକ ଦୃଷ୍ଟିରୁ ଭାଗ୍ୟବାନ ହେବେ । ଧନୀ ହେବାର ସୁଯୋଗ ରହିଥିବାରୁ ପ୍ରଚୁର ଅର୍ଥ ରୋଜଗାର କରିପାରିବେ ।

- Advertisement -

ଧନୁ ରାଶି: ବୃହସ୍ପତି ଓ ବୁଧଙ୍କ ସଂଯୋଗ ହେତୁ ଭାଗ୍ୟ ଧନୁ ରାଶିର ସାତ ଦେବ । ଏହି ରାଶିର ବ୍ୟବସାୟୀମାନେ ଶୁଭ ଫଳ ପାଇପାରିବେ । ବ୍ୟବସାୟରେ ଅଧିକ ଲାଭ ହେବ । ପ୍ରତ୍ୟେକ କ୍ଷେତ୍ରରେ ଭଲ ଲାଭ ମିଳିବ । କର୍ମଜୀବୀ ଲୋକଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ । ପଦୋନ୍ନତି ସହିତ ଦରମା ବୃଦ୍ଧି ହେବ । ଆପଣଙ୍କ ପ୍ରୟାସ ପାଇଁ ପୁରସ୍କାର ପାଇବେ । ଧାର୍ମିକ କାର୍ଯ୍ୟରେ ଯୋଗଦେବାର ସୁଯୋଗ ପାଇବେ ଏବଂ ଏକାଠି ବୁଲିବାକୁ ଯାଇପାରିବେ ।

ମକର ରାଶି: ବୃହସ୍ପତି ଓ ବୁଧଙ୍କ ସଂଯୋଗ ହେତୁ ମକର ରାଶିର ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ । ଭାଗ୍ୟ ସାତ ଦେବା ସହିତ ଗରିବ ଓ ଅଭାବୀ ଲୋକଙ୍କ ସେବା କରିବାର ସୁଯୋଗ ମିଳିବ । କର୍ମଜୀବୀ ଲୋକ ଭାଗ୍ୟବାନ ପ୍ରମାଣିତ ହେବେ । କାରଣ ଆପଣଙ୍କ କାମରେ ପଦୋନ୍ନତି ସହ ସଫଳତା ମିଳିବ । ବିଦେଶରୁ ଲାଭଦାୟକ ନୂତନ ସୁଯୋଗ ମଧ୍ୟ ପାଇପାରିବେ । ବୈବାହିକ ଜୀବନ ସୁଖମୟ ହେବ । ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବେ ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories