www.samajalive.in
Sunday, December 14, 2025
14.1 C
Bhubaneswar

‘ବ୍ରିଟେନ୍ସ ଗଟ୍‌ ଟାଲେଣ୍ଟ’ରେ ଚମକିଲେ ଭାରତର ଝିଅ, ଶୁଭେଚ୍ଛା ଜଣାଇଲେ ଆସାମ ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ‘ବ୍ରିଟେନ୍ସ ଗଟ୍ ଟାଲେଣ୍ଟ ୨୦୨୫’ର ଗ୍ରାଣ୍ଡ ଫଇନାଲରେ ଭାରତର ୯ ବର୍ଷୀୟା ବିନିତା ଛେତ୍ରୀ ନିଜ ପ୍ରତିଭା ଏବଂ କଠିନ ପରିଶ୍ରମ ବଳରେ ନିଜର ଛାପ ଛାଡ଼ିଛନ୍ତି। ବିନିତା ମଞ୍ଚରେ ତାଙ୍କ ନୃତ୍ୟ ଦ୍ୱାରା କେବଳ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିନାହାନ୍ତି, ବରଂ ଅନ୍ତର୍ଜାତୀୟ ସ୍ତରରେ ଭାରତର ନାଁକୁ ଉଜ୍ଜ୍ବଳ କରିଛନ୍ତି। ଏହି ଅନ୍ତର୍ଜାତୀୟ ଶୋ’ରେ ସେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ଏବେ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଆସାମର ଏହି ଛୋଟ କଳାକାରଙ୍କୁ ପ୍ରଶଂସା କରି ସାମାଜିକ ଗଣମାଧ୍ୟମରେ ଏକ ସ୍ୱତନ୍ତ୍ର ବାର୍ତ୍ତା ଶେୟାର କରିଛନ୍ତି। ସେ ଲେଖିଛନ୍ତି, ବିନିତା ବ୍ରହ୍ମପୁତ୍ରଠାରୁ ଥେମ୍ସ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଏକ୍ସରେ ଶେୟାର କରାଯାଇଥିବା ଏହି ଭିଡିଓରେ ବିନିତାଙ୍କୁ ଫାଇନାଲରେ ତାଙ୍କ ସହ-ପ୍ରତିଯୋଗୀମାନଙ୍କ ସହ ଠିଆ ହୋଇଥିବାର ଦେଖିବାକୁ ମିଳିଛି।

- Advertisement -


ବିନିତା ଛେତ୍ରୀ ‘ବ୍ରିଟେନ୍ସ ଗଟ୍ ଟାଲେଣ୍ଟ’ ଇତିହାସରେ ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ପ୍ରତିଯୋଗୀ ପାଲଟିଛନ୍ତି। ଫାଇନାଲରେ ବ୍ରିଟିଶ ଯାଦୁକର ହ୍ୟାରି ମୋଲ୍ଡିଙ୍ଗ୍‌ ଫାଇନାଲରେ ବିଜୟୀ ହୋଇଥିବାବେଳେ ଏଲଇଡି ଡାନ୍ସ ଗ୍ରୁପ୍‌ ‘ଦି ବ୍ଲାକଆଉଟ୍ସ’ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ବିନିତା ଶୋ’ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories