www.samajalive.in
Friday, December 12, 2025
14.1 C
Bhubaneswar

ମାଲଖାନାରୁ ୫୧ ଲକ୍ଷ ଚୋରି କରି କନଷ୍ଟେବଳ ଗିରଫ

ସମାଜ ଡିଜିଟାଲ ଡେସ୍କ: ପୁଲିସ ମାଲଖାନାରୁ ୫୧ ଲକ୍ଷ ଟଙ୍କା ଏବଂ ସୁନା ଅଳଙ୍କାର ଚୋରି କରିନେଇଥିବା ଜଣେ ହେଡ୍‌ କନଷ୍ଟେବଳ ଧରାପଡ଼ିଛନ୍ତି। ଦିଲ୍ଲୀ ପୁଲିସର ସ୍ଵତନ୍ତ୍ର ସେଲ୍‌ ଅଭିଯୁକ୍ତ କନଷ୍ଟେବଳ ଖୁର୍ସିଦଙ୍କୁ ଗିରଫ କରିଛି। ଲୋଧି ରୋଡସ୍ଥିତ ମାଲଖାନାରୁ ଖୁର୍ସିତ ନଗଦ ୫୧ ଲକ୍ଷ ଟଙ୍କା ସହିତ ମୂଲ୍ୟବାନ ଅଳଙ୍କାର ନେଇଯାଇଥିଲେ।

ଖୁର୍ସିଦ ମାଲଖାନାର ସୁରକ୍ଷା ଦାୟିତ୍ଵରେ ନିୟୋଜିତ ଥିଲେ। କିନ୍ତୁ ତାଙ୍କୁ ପୂର୍ବ ଦିଲ୍ଲୀକୁ ବଦଳି କରାଯାଇଥିଲା। ଗତ ଶୁକ୍ରବାର ମାଲଖାନାରେ ତାଙ୍କର ଶେଷ ଦିନ ଥିଲା। ତେଣୁ ସେ ଶୁକ୍ରବାର ରାତିରେ ଟଙ୍କା ଏବଂ ଅଳଙ୍କାର ଧରି ଫେରାର ହୋଇଯାଇଥିଲେ। ମାଲଖାନା ଦାୟିତ୍ଵରେ ଥିବା ଅଧିକାରୀ ସିସିଟିଭି କ୍ୟାମେରା ଫୁଟେଜରୁ ଏହା ଜାଣିବା ପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଏହା ପରେ ତତ୍କାଳ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଖୁର୍ସିଦଙ୍କୁ ଗିରଫ କରାଯାଇଥିଲା।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories