www.samajalive.in
Friday, December 12, 2025
27.1 C
Bhubaneswar

ବ୍ଲକ ସ୍ତରୀୟ ଚମ୍ପିୟାନସିପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଅଡ଼ାବାଡ଼ି ଗ୍ରାମ ପଡ଼ିଆଠାରେ ବ୍ଲକସ୍ତରୀୟ ଚମ୍ପିୟାନସିପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି କଲ୍ୟାଣସିଂହପୁର ମଣ୍ଡଳ ସଭାପତି ଅଜିତ୍ କୁମାର ପାଣିଗ୍ରାହୀ ଉପସ୍ଥିତ ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଙ୍ଘର ଉପ ସଭାପତି ତଥା ସମାଜସେବୀ ସନ୍ତୋଷ କୁମାର ବଛା ଉପସ୍ଥିତ ରହିଥିଲେ । ପ୍ରଥମ ଦିନ ଖେଳରେ ଡମଲିମା ଦଳ ସହ କଦମଦ୍ଵାର ସାହି ଦଳ ମଧ୍ୟରେ ଖେଳ ହୋଇଥଲା । ଏଥିରେ ଟସ୍‍ ଜିତି କଦମଦ୍ଵାର ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ଏବଂ ମୋଟ ୯ ଓଭର ରେ ପ୍ରତିଦ୍ବନ୍ଦୀ ଦଳ କୁ ମାତ୍ର ତିରିଶି ରନ୍ ରେ ଅଲ୍ ଆଉଟ୍ କରିଦେଇଥିଲେ । ଏହାପରେ କଦମଦ୍ଵାର ଟିମ୍ ମାତ୍ର ଦୁଇ ଓଭର ଚାରିଟା ବଲ୍ ରେ ୩୧ ରନ୍ କରି ବିଜୟୀ ହେଇଥିଲେ।

ଉକ୍ତ କ୍ରୀଡ଼ାକୁ କିରନ କୌଶଲ୍ୟା ଓ ମୋହନ ମହାନନ୍ଦିଆ ପରିଚାଳନା ଦାୟିତ୍ୱରେ ରହିଥିଲେ। ଆସନ୍ତା ୯ ତାରିଖରେ ଏହାର ଫାଇନାଲ ମ୍ୟାଚ୍ ହେବା ସହ ବିଜେତା ଟିମ୍ କୁ ଟ୍ରଫି ସହ ୯୦୦୦ ଟଙ୍କା ଏଵଂ ଉପ ବିଜେତା ଟିମ୍ କୁ ଟ୍ରଫି ସହ ୬୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

- Advertisement -

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories