www.samajalive.in
Friday, December 12, 2025
27.1 C
Bhubaneswar

ନଭେମ୍ବରରେ ରିଙ୍କୁ-ପ୍ରିୟାଙ୍କ ବିବାହ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଓ ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜ। ଉଭୟଙ୍କ ମଧ୍ୟରେ ବର୍ଷ ଆରମ୍ଭରେ ନିର୍ବନ୍ଧ ହୋଇଥିଲା। ଏବେ ଚଳିତ ଜୁନ ୮ରେ ସେମାନେ ପରସ୍ପରର ରିଙ୍ଗ ସେରିମନି କରିବାକୁ ଯାଉଛନ୍ତି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏକ ତାରକା ହୋଟେଲରେ ଏହି ସମାରୋହ ଅନୁଷ୍ଠିତ ହେବ। ରିଙ୍କୁ ଏବଂ ପ୍ରିୟାଙ୍କ ବିବାହ ତାରିଖ ମଧ୍ୟ ଚୂଡାନ୍ତ ହୋଇଛି। ନଭେମ୍ବର ୧୮ରେ ବାରାଣସୀରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବ। ଆଇପିଏଲ-୨୦୨୫ ​ଶେଷ ହେବାପରେ ରିଙ୍କୁ ଓ ପ୍ରିୟାଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଥିଲା । ଏବେ କିନ୍ତୁ ଉଭୟଙ୍କ ରିଙ୍ଗ ସେରିମନି ହେବାକୁ ପ୍ରଥମେ ସ୍ଥିର ହୋଇଛି। ରିଙ୍କୁ ସିଂହଙ୍କ ଭାବି ପତ୍ନୀ ପ୍ରିୟା ସରୋଜ ଉତ୍ତରପ୍ରଦେଶ ଜୌନପୁର ଜିଲାର ମଛଲିସହରର ସାଂସଦ। ୨୦୨୪ ସାଧାରଣ ନିର୍ବାଚନରେ ପ୍ରିୟା ସମାଜବାଦୀ ପାର୍ଟିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories