କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଅଡ଼ାବାଡ଼ି ଗ୍ରାମ ପଡ଼ିଆଠାରେ ବ୍ଲକସ୍ତରୀୟ ଚମ୍ପିୟାନସିପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି କଲ୍ୟାଣସିଂହପୁର ମଣ୍ଡଳ ସଭାପତି ଅଜିତ୍ କୁମାର ପାଣିଗ୍ରାହୀ ଉପସ୍ଥିତ ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଙ୍ଘର ଉପ ସଭାପତି ତଥା ସମାଜସେବୀ ସନ୍ତୋଷ କୁମାର ବଛା ଉପସ୍ଥିତ ରହିଥିଲେ । ପ୍ରଥମ ଦିନ ଖେଳରେ ଡମଲିମା ଦଳ ସହ କଦମଦ୍ଵାର ସାହି ଦଳ ମଧ୍ୟରେ ଖେଳ ହୋଇଥଲା । ଏଥିରେ ଟସ୍ ଜିତି କଦମଦ୍ଵାର ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ଏବଂ ମୋଟ ୯ ଓଭର ରେ ପ୍ରତିଦ୍ବନ୍ଦୀ ଦଳ କୁ ମାତ୍ର ତିରିଶି ରନ୍ ରେ ଅଲ୍ ଆଉଟ୍ କରିଦେଇଥିଲେ । ଏହାପରେ କଦମଦ୍ଵାର ଟିମ୍ ମାତ୍ର ଦୁଇ ଓଭର ଚାରିଟା ବଲ୍ ରେ ୩୧ ରନ୍ କରି ବିଜୟୀ ହେଇଥିଲେ।
ଉକ୍ତ କ୍ରୀଡ଼ାକୁ କିରନ କୌଶଲ୍ୟା ଓ ମୋହନ ମହାନନ୍ଦିଆ ପରିଚାଳନା ଦାୟିତ୍ୱରେ ରହିଥିଲେ। ଆସନ୍ତା ୯ ତାରିଖରେ ଏହାର ଫାଇନାଲ ମ୍ୟାଚ୍ ହେବା ସହ ବିଜେତା ଟିମ୍ କୁ ଟ୍ରଫି ସହ ୯୦୦୦ ଟଙ୍କା ଏଵଂ ଉପ ବିଜେତା ଟିମ୍ କୁ ଟ୍ରଫି ସହ ୬୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।




