www.samajalive.in
Tuesday, December 9, 2025
26.1 C
Bhubaneswar

ବାଂଲାଦେଶରେ ନୂଆ ବ୍ୟାଙ୍କ ନୋଟ୍‌ ପ୍ରଚଳନ

ଢାକା: ବାଂଲାଦେଶର ଅନ୍ତରୀଣ ସରକାର ରବିବାର ନୂଆ ବ୍ୟାଙ୍କ ନୋଟ୍‌ ପ୍ରଚଳନ କରିଛନ୍ତି। ଏହି ନୋଟ୍‌ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ବାପା ତଥା ବାଂଲାଦେଶର ଜନକ ଭାବେ ପରିଚିତ ଶେଖ୍‌ ମୁଜିବୁର ରହମନଙ୍କ ଫଟୋ ସ୍ଥାନ ପାଇନାହିଁ; ବରଂ ଦେଶର ବିଭିନ୍ନ ଐତିହ୍ୟ ସ୍ଥଳ ଓ ପାରମ୍ପରିକ ପ୍ରମୁଖ ସ୍ଥାନ, ହିନ୍ଦୁ ଓ ବୌଦ୍ଧ ଧର୍ମପୀଠ, ପ୍ରସିଦ୍ଧ ଚିତ୍ରକର ଜୈନୁଲ ଆବେଦିନଙ୍କ ଦ୍ବାରା ଅଙ୍କିତ ବ୍ରିଟିଶ ଶାସନ କାଳର ବେଙ୍ଗଲ ଦୁର୍ଭିକ୍ଷର ଚିତ୍ରପଟ, ସ୍ବାଧୀନତା ସଂଗ୍ରାମ ସହିଦଙ୍କ ସ୍ମାରକୀର ଫଟୋ ଆଦି ମୁଦ୍ରିତ ହୋଇଛି। ନୂଆ ଡିଜାଇନ୍‌ ହୋଇଥିବା ବିଭିନ୍ନ ନୋଟ୍‌ରେ କୌଣସି ବ୍ୟକ୍ତିଙ୍କ ଫଟୋ ଛପା ହୋଇନାହିଁ। ରବିବାର ଉନ୍ମୋଚିତ ୩ଟି ବର୍ଗର ନୋଟ୍‌ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଛି। ଆଉ ୬ଟି ବର୍ଗର ନୋଟ୍‌ ପର୍ଯ୍ୟାୟକ୍ରମେ ଜାରି ହେବ ବୋଲି କହିଛନ୍ତି ବାଂଲାଦେଶ ବ୍ୟାଙ୍କ ମୁଖପାତ୍ର ଅରିଫ ହୋସେନ୍‌ ଖାଁ। ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ସହିତ ନୋଟ୍‌ର ରୂପରେଖ ପରିବର୍ତ୍ତନ ହୋଇଥାଏ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories