www.samajalive.in
Saturday, December 6, 2025
23.1 C
Bhubaneswar

ଜାମ୍ମୁରେ ତୃତୀୟ ଦିନ ପାଇଁ ସାନ୍ଧ୍ୟ ଆଇନ୍‍ ବଳବତ୍ତର

ଜାମ୍ମୁ: ତିନି ଦିନ ହେଲା ଜାମ୍ମୁରେ ସାନ୍ଧ୍ୟ ଆଇନ୍‍ ବଳବତ୍ତର ରହିଛି। ପୁଲୁୱାମା ଆକ୍ରମଣ ବିରୁଦ୍ଧରେ ଗତ ଶୁକ୍ରବାର ଦିନ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବାରୁ ସାନ୍ଧ୍ୟ ଆଇନ୍‍ ଜାରି କରାଯାଇଥିଲା। ଡେପୁଟି ପୁଲିସ କମିଶନର ରମେଶ କୁମାର କହିଛନ୍ତି ଯେ ଉଚ୍ଚପଦସ୍ତ ଅଧିକାରୀଙ୍କ ଦ୍ୱାରା ପରିସ୍ଥିତିର ସମୀକ୍ଷା କରାଯାଉଛି ଏବଂ ସାନ୍ଧ୍ୟ ଆଇନ୍‍ ବଳବତ୍ତର ରଖାଯିବ କି ନାହିଁ ସେ ସମ୍ପର୍କରେ ରବିବାର ସନ୍ଧ୍ୟାରେ ନିଷ୍ପତି ନିଆଯିବ। ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟ ପାଲ ମଲ୍ଲିକ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜନୈତିକ ଏବଂ ଧାର୍ମିକ ସମ୍ମିଳନୀ ସମେତ ଗଣ୍ଡଗୋଳ କିମ୍ବା ହିଂସାରେ ଲିପ୍ତ ରହୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ରାଜ୍ୟପାଳ କହିଛନ୍ତି । ସେ ସମସ୍ତ ରାଜନୈତିକ ଦଳଗୁଡିକୁ ଶାନ୍ତି ଓ ସଦଭାବନା ସ୍ଥାପନ ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେବାକୁ କହିଛନ୍ତି । ରାଜ୍ୟପାଳ କହିଛନ୍ତି, ଜମ୍ମୁରେ ସ୍ୱାଭାବିକ ଅବସ୍ଥା ଫେରି ଆସିଛି ଏବଂ ତାହା ବଜାୟ ରଖିବା ଆମର କର୍ତ୍ତବ୍ୟ। ସେ ମଧ୍ୟ ଶାନ୍ତି ବଜାୟ ରଖିବାକୁ ଜନସାଧାରଙ୍କୁ ନିବେଦନ କରିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories