www.samajalive.in
Saturday, December 6, 2025
26.1 C
Bhubaneswar

‘ଟାଇଗର ମ୍ୟାନ୍‍’ ବାଲ୍ମୀକ ଥାପରଙ୍କ ଦେହାନ୍ତ

ସମାଜ ଡିଜିଟାଲ ଡେସ୍କ: ପ୍ରସିଦ୍ଧ ବ୍ୟାଘ୍ର ସଂରକ୍ଷଣବାଦୀ ଏବଂ ଲେଖକ ବାଲ୍ମିକ ଥାପରଙ୍କ ଦେହାନ୍ତ । ୭୩ବର୍ଷ ବୟସରଙ୍କ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଥାପର ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ । ସେ ‘ଟାଇଗର ମ୍ୟାନ୍‍’ ଭାବରେ ବେଶ ଜଣାଶୁଣା ଥିଲେ । ବାଲ୍ମିକ ଥାପର ଜୀବନ ସାରା ବାଘ ଏବଂ ଜଙ୍ଗଲ, ବିଶେଷ କରି ରଣଥମ୍ବୋରର ସୁରକ୍ଷା ପାଇଁ କାର୍ଯ୍ୟ କରିଥିଲେ । ୧୯୮୮ ମସିହାରେ ବାଲ୍ମିକ ଥାପର ରଣଥମ୍ବୋର ଫାଉଣ୍ଡେସନ ଗଠନ କରିଥିଲେ । ଯାହା କି ଏକ ବେସରକାରୀ ସଂଗଠନ । ଏହି ସଂଗଠନ ସ୍ଥାନୀୟ ଲୋକଙ୍କ ସହ ମିଶି ବାଘ ଏବଂ ସେମାନଙ୍କ ଜଙ୍ଗଲକୁ ସୁରକ୍ଷା ଦେଇଥିଲା । ଏହାସହିତ ବାଘ ଶିକାର କରୁଥିବା ଶିକାରୀମାନଙ୍କ ବିରୋଧରେ କଠୋର ଆଇନ ପ୍ରଣୟନ ଏବଂ ବାଘଙ୍କ ବାସସ୍ଥାନକୁ ରକ୍ଷା କରିବା ପାଇଁ ସେ ନିରନ୍ତର ସ୍ୱର ଉଠାଇ ଆସୁଥିଲେ ।

ବାଲ୍ମିକ ଥାପର ୧୫୦ରୁ ଅଧିକ ସରକାରୀ ପ୍ୟାନେଲରେ କାମ କରିଥିଲେ ଏବଂ ବନ୍ୟପ୍ରାଣୀ ଉପରେ ୩୦ରୁ ଅଧିକ ପୁସ୍ତକ ଲେଖିଥିଲେ । ସେ ୨୦୦୫ମସିହାରେ ୟୁପିଏ ସରକାରଙ୍କ ଟାଇଗର ଟାସ୍କ ଫୋର୍ସର ସଦସ୍ୟ ମଧ୍ୟ ରହିଥିଲେ । ସରିସ୍କା ଟାଇଗର ରିଜର୍ଭରୁ ହଠାତ ବାଘମାନେ ଗାଏବ ହେବା ପରେ ଏହି ଫୋର୍ସ ଗଠନ କରାଯାଇଥିଲା । ବାଘ ଏବଂ ମଣିଷ ଏକାଠି ରହିବା ବିଷୟରେ କହିବା ବେଳେ ଏଥିରେ ସହମତି ଦେଇନଥିଲେ ଥାପର । ଆଜି ଥାପରଙ୍କ ବିୟୋଗରେ କଂଗ୍ରେସ ନେତା ଜୟରାମ ରମେଶ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଥାପରଙ୍କ ବିୟୋଗରେ ବାଘ ଏବଂ ଜଙ୍ଗଲ ରକ୍ଷା କାର୍ଯ୍ୟରେ ଏକ ବଡ କ୍ଷତି ହୋଇଛି । ରଣଥମ୍ବୋର ଆଜି ଯାହା ଅଛି ତାହା ବାଲ୍ମିକ ଥାପରଙ୍କ କଠିନ ପରିଶ୍ରମ ଓ ସମର୍ପଣର ଫଳ ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories