www.samajalive.in
Saturday, December 6, 2025
19.1 C
Bhubaneswar

ବୁଦ୍ଧିଜୀବୀ ସଙ୍ଘ ପକ୍ଷରୁ ଆଇନ ସଚେତନତା

ଆଠଗଡ: ଓଡିଶା ସରକାରଙ୍କର ଅବଦାନ ଯୋଜନା ସହାୟତାରେ ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘ ତରଫରୁ ଶୁକ୍ରବାର ସକାଳେ ଏକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟାଳୟଠାରେ ସଭାପତି ଇଂ ଶିବ ପ୍ରସାଦ ପଣ୍ଡାଙ୍କ ପୌରୋହତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାକୁ ଏଟିବିଏଏନ ଆଇନଜୀବୀ ସଂଘର ସଭାପତି ତଥା ବର୍ଷିୟାନ ଆଇନଜୀବୀ ଫଣୀଭୂଷଣ ରଥ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ଉଦବୋଧନ ଦେଇଥିଲେ। ଭାରତୀୟ ସମ୍ବିଧାନ ଓ ଆଇନ ବ୍ୟବସ୍ଥାରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଥିବା ପ୍ରାବଧାନ ଉପରେ ଶ୍ରୀ ରଥ ଆଲୋକପାତ କରିଥିଲେ। ଏଥିସହିତ ବରିଷ୍ଠ ନାଗରିକମାନେ କିପରି ନିଜକୁ ଓ ନିଜ ସମ୍ପତ୍ତିକୁ ସୁରକ୍ଷା ଦେଇପାରିବେ ସେ ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ।

ଆଠଗଡ ଓକିଲ ସଂଘ ସଭାପତି ଆଇନଜୀବୀ ଜଗଦାନନ୍ଦ ତ୍ରିପାଠୀ ଏଥିରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ଏବଂ ଦେଶ ଓ ଜାତି ପାଇଁ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ବହୁ ସୁନ୍ଦର ଉଦାହରଣ ଦେଇ ବୁଝାଇଥିଲେ। ଆଠଗଡ ଥାନା ଆଇଆଇସି ସୁମତି କୁମାରୀ ମହାନ୍ତି ଦେଶରେ କାର୍ଯ୍ୟକାରୀ ହୋଇଥିବା ନୂତନ ଭାରତୀୟ ଆଇନ ସଂହିତା ସମ୍ପର୍କରେ ସଚେତନ କରାଇବା ସହିତ ପୁଲିସ ପ୍ରଶାସନ ସଦାସର୍ବଦା ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ। ସଙ୍ଘର ସଭ୍ୟା ଶିକ୍ଷାବିତ ପୁଲିନ ମିଶ୍ର ଓ ସଭ୍ୟ ରଙ୍ଗାଧର ଦାଶ ଅତିଥି ବକ୍ତାଙ୍କୁ କେତେକ ମୌଳିକ ପ୍ରଶ୍ନ ପଚାରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ଗିରୀଶ କୁମାର ମିଶ୍ର ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଉପସଭାପତି ଇଂ ପ୍ରଭାତ କୁମାର ମିଶ୍ର, ଇଂ ଉମେଶ ଚନ୍ଦ୍ର ସାହୁ, ପ୍ରମୋଦ ସାହୁ ଓ ବିଜୟ ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉକ୍ତ କର୍ମଶାଳାରେ ଆଠଗଡ ଅଞ୍ଚଳର ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories